ଛତ୍ରପୁର କାଉନସିଲର ହତ୍ୟା ଘଟଣା : ମୁହଁ ଖୋଲିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର

37

କନକ ବ୍ୟୁରୋ : ମୁହଁ ଖୋଲିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଛତ୍ରପୁର କାଉନସିଲର ହତ୍ୟା ଘଟଣାରେ ସ୍ପଷ୍ଟୀକରଣ ରଖିବା ସହ ଫସାଇବାକୁ ଷଡଯନ୍ତ୍ର କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସଫେଇ ରଖିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଭାରୀ ଦଳୀୟ ନେତାଙ୍କ ସହ କଥା ହେବାରେ ଅସୁବିଧା କେଉଁଠି ବୋଲି କହିଛନ୍ତି । ଗେଷ୍ଟହାଉସରେ ରଖେଇବା କଥା ପୁଲିସ କହିଲାଣି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଆଉ ଏପଟେ ଅଭିଯୁକ୍ତ କୃଷ୍ଣ ନାୟକ, ବିଜେପି ନେତା ଗୋଲକ ମହାପାତ୍ରଙ୍କ ନାଁ ନେବା ପରେ ଆରମ୍ଭ କରିଦେଇଛି ଘନଘନ ଆକ୍ରମଣ ।

ହତ୍ୟା ଅଭିଯୁକ୍ତ କୃଷ୍ଣ ନାୟକଙ୍କ ଏହି ବୟାନ କେବଳ ଗୋଲକ ନାୟକ ନୁହେଁ ପୁରା ବିଜେପି ଦଳକୁ ହରଡଘଣାକୁ ଟାଣି ନେଇଛି । ଆଉ ଏଭଳି ସ୍ଥିତିରେ ନିଜ ସୁରକ୍ଷା ପାଇଁ ଖୋଦ୍ ମୈଦାନକୁ ଓହ୍ଲାଇଛନ୍ତି ବିଜେପି ମୁଖପାତ୍ର-ଗୋଲକ ମହାପାତ୍ର ।
ଟିଭି ପରଦାରେ ବିଜେଡିର ଅନ୍ୟତମ ଚେହେରା ଥିବା ଗୋଲକ ମହାପାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ବାହାରି ଆସିଛି ବିଜେପି ବ୍ରିଗେଡ୍ । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ସଫେଇ ରଖିଥିବା ବେଳେ ବୌଦ୍ଧରେ ସରକାରଙ୍କୁ ଖୋଲା ଚ୍ୟାଲେଂଜ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁଲିସକୁ ସରକାରଙ୍କ ପୁଲିସ ବୋଲି କହି ପରୋକ୍ଷରେ ଗଂଜାମ ଏସପିଙ୍କ ଆଡକୁ ଇସାରା କରିବା ସହ ଶାସକ ଦଳ ଆଡକୁ ଛାଡିଛନ୍ତି ଗୁଗଲି । ଯେଉଁ ଗଂଜାମ ଏସପିଙ୍କୁ ବିଜେପି, ସରକାରଙ୍କ ଇସାରେ କାମ କରୁଥିଲା ବୋଲି ଅଭିଯୋଗ କରି ଆସୁଥିଲା । ଆଜି ସାମ୍ବାଦିକ ସମ୍ମିଳନୀରେ ବି ବିଜେପି ସେହି ଗୋଟିଏ କଥା ଉଠାଇଛି ।

ଆଉ ଏପଟେ ପାଲଟା ବିଜେପି ନେତା ଏବଂ ତାଙ୍କ ଅଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି, ବିଜେଡି । ବିଜେପି ନେତା ଜାଣିଶୁଣି, ଗଂଜାମ ଏସପିଙ୍କୁ ଟାର୍ଗେଟ୍ କରୁଥିଲେ ବୋଲି ବିଜେଡି ଅଭିଯୋଗ କରିଛି । କିନ୍ତୁ ଆଇନର ଉଦ୍ଧ୍ୱର୍ରେ କେହି ନୁହେଁ ବୋଲି ବିଜେଡି କହିଛି । ଆଉ ଏସବୁ ଭିତରେ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତପ୍ରଧାନ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯୋଧନ ରେଡ୍ଡୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ । ଗଞ୍ଜାମ ପୋଲିସକୁ ଏସଡିଜେଏମ କୋର୍ଟ ଅନୁମତି ଦେବା ପରେ ଏବେ ଏମାନଙ୍କ ବୟାନ ଏବଂ ପ୍ରମାଣ ଆଧାରରେ ସାମ୍ନାକୁ ଆସିବ ଅସଲ ରହସ୍ୟ ।