ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସର ପ୍ରତିବାଦ : ଅଣ୍ଡା ଓ ଟମାଟୋ ମାଡ଼ କରି ଛାତ୍ର କଂଗ୍ରେସର ବିକ୍ଷୋଭ

114

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀ ସମିର ଦାସଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ । ବାସଭବନକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଛି । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରିଛି କଂଗ୍ରେସ । ଘଟଣାସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି ।