ସବୁ ଆକଳନକୁ ଭୁଲ ପ୍ରମାଣିତ କରି ସମସ୍ତଙ୍କୁ ଚକମାଇ ଦେଲା ଛତିଶଗଡ । ଭୂପେଶ ବାଘେଲଙ୍କ ସରକାରକୁ ପ୍ରତ୍ୟାଖାନ କଲେ ଜନତା

1,975

କନକ ବ୍ୟୁରୋ : କିଛି କଥା ସହଜରେ ବିଶ୍ୱାସ କରି ହୁଏନି । ଠିକ୍ ଯେମିତି ଏହି ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ । ଫଳାଫଳ ନଆସିବା ଯାଏଁ ଲାଗୁଥିଲା, କଂଗ୍ରେସ ଜିତିବ । ଶେଷ ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସେଇଆ କହୁଥିଲା । ହେଲେ ନିର୍ବାଚନ ଫଳାଫଳ ଯେତେବେଳେ ଆସିଲା, ଯେତେବେଳେ କେବଳ କଂଗ୍ରେସ ନିର୍ବାଚନ ହାରିଲା ତାହା ନୁହେଁ, ବରଂ କଂଗ୍ରେସ ସରକାରରେ ବଡ଼ ବଡ଼ ମନ୍ତ୍ର ଥିବା ପ୍ରାର୍ଥୀ ମଧ୍ୟ ନିଜ ଆସନ ବଂଚାଇପାରିଲେ ନାହିଁ । ଛତିଶଗଡ଼ରେ କଂଗ୍ରେସ ସହ କିଛି ଏଭଳି ଘଟିଲା, ଯେମିତି ବିଶ୍ୱକପରେ ଭାରତୀୟ ଦଳର ସହ ଘଟିଥିଲା । ପ୍ରଥମ ୧୦ ମ୍ୟାଚ ଜିତିବା ପରେ ଫାଇନାଲରେ  ଭାରତ ବିଜୟୀ ହୋଇଯିବ, ଏକଥା ଏକ ପ୍ରକାର ସମସ୍ତେ ଧରି ନେଇଥିଲେ । ଠିକ୍ ଯେମିତି, ମାଳ ମାଳ ମନଲୋଭା ଯୋଜନା, ଧାନରେ ବୋନସ୍, ବେକାରୀଙ୍କୁ ଭତା ଏବଂ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ କଂଗ୍ରେସ ଧରି ନେଇଥିଲା, ଏଥର ପୁଣି ବାଜି ମାରି ନେବେ ବାଘେଲ । ହେଲେ କଂଗ୍ରେସକୁ ନିରାଶ କରିଦେଲା ଭାରତୀୟ ଜନତା ପାର୍ଟି ।

ପ୍ରତି ସଫଳତା ପଛରେ ଯେମିତି କାରଣ ଥାଏ, ପ୍ରତି ବିଫଳତା ପଛରେ ମଧ୍ୟ କିଛି ନା’ କିଛି କାରଣ ଥାଏ । ମହାଦେବ ବେଟିଂ ଆପ୍ ଦୁର୍ନୀତି ପ୍ରସଙ୍ଗକୁ ବିଜେପି ଏମିତ ଉଠାଇଲା । ଯେମିତି ଏହି ଦୁର୍ନୀତିରେ କଂଗ୍ରେସର ହାତ ଅଛି । ଏହି ଦୁର୍ନତୀରେ ସରକାରଙ୍କ ସଂପୃକ୍ତି ଥିବା ହୁଏତ, ବିଜେପି ଲୋକଙ୍କୁ ବୁଝାଇ ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ମଧ୍ୟ ବାଛି ବାଛି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ସେହିପରି ଆଦିବାସୀଙ୍କୁ ଅବହେଳା ଏବଂ କେନ୍ଦ୍ର ଯୋଜନାକୁ ଛତିଶଗଡ଼ ସରକାର ଲାଗୁ ନକରିବା ପଛରେ ଷଡ଼ଯନ୍ତ୍ର ଥିବା ନିର୍ବାଚନୀ ପ୍ରଚାରରେ କହି ବୁଲିଥିଲା ବିଜେପି । କେବଳ ଯେତିକି ନୁହେଁ କଂଗ୍ରେସ ପାଇଁ ଭୁପେଶ ବାଘେଲ ଏବଂ ଟିଏସ୍ ସିଂଦେଓଙ୍କ ମତାନ୍ତର ମହଙ୍ଗା ପଡ଼ିଛି । ଭୁପେଶ ବଘେଲଙ୍କ ଅତ୍ୟଧିକ ଆତ୍ମବିଶ୍ୱାସ କଂଗ୍ରେସକୁ ଆଡୁଆ ସ୍ଥିତିରେ ପକାଇ ଦେଲା ବୋଲି କୁହାଯାଉଛି ।

ଛତିଶଗଡ଼ରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ହେବା ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ୪ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି ।
୧- ରମଣ ସିଂ
୨- ବିଷ୍ଣୁ ଦେଓ ସାଇ
୩- ରାମ ବିଚାର ନେତମ
୪- ରେଣୁକା ସିଂ
ଲଗାତର ୩ଥର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂ ଅଭିଜ୍ଞତା ଦୃଷ୍ଟିରୁ ଆଗରେ ଅଛନ୍ତି ବୋଲି