କନକ ବ୍ୟୁରୋ : ଛତିଶଗଡ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । କେବଳ ବାକି ରହିଛି ଫଳାଫଳକୁ । ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପୂର୍ବରୁ ଆଜି ଅନେକ ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବ ନା ରମଣ ସିଂ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେବ । ଏନେଇ ଆସନ୍ତୁ ଜାଣିବା ଏକ୍ସଜିଟ ପୋଲ ରିପୋର୍ଟ କଣ କହୁଛି ।

Advertisment

ସି ଭୋଟର ସର୍ଭେ ମୁତାବକ ଛତିଶଗଡରେ ବିଜେପିକୁ ୩୬-୪୮ ଓ କଂଗ୍ରେସକୁ ୪୧-୫୩ ଆସନ ମିଳିପାରେ । ସେହିଭଳି ପୋଲ ଅଫ୍ ପୋଲ୍ସ ରିପୋର୍ଟ ମୁତାବକ ଛତିଶଗଡରେ କଂଗ୍ରେସକୁ ୪୭ ଟି ଓ ବିଜେପିକୁ ୪୦ ଟି ଆସନ ମିଳିପାରେ । ଇଣ୍ଡିଆ ଟୁଡେ ଏକ୍ସିସ ରିପୋର୍ଟ ମୁତାବକ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୬-୪୬ ଆସନ ମିଳିପାରେ । ଇଣ୍ଡିଆ ଟିଭିର ରିପୋର୍ଟ ମୁତାବକ ବିଜେପିକୁ ୩୦-୪୦ ଓ କଂଗ୍ରେସକୁ ୪୬-୫୬ ଆସନ ମିଳିପାରେ ।