ଶପଥ ନେଲେ ମଧ୍ୟପ୍ରଦେଶ ଓ ଛତିଶଗଡର ଦୁଇ ନୂଆ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେଓ ସାଏ ଓ ମନୋଜ ଯାଦବଙ୍କୁ ଗୋପନୀୟତା ଶପଥ ପାଠ କରାଇଲେ ରାଜ୍ୟପାଳ

132

କନକ ବ୍ୟୁରୋ :ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ । ୩ରାଜ୍ୟକୁ ମିଳିଛି ନୂଆ ଚେହେରାର ନୂଆ ମୁଖ୍ୟମନ୍ତ୍ରୀ ।ଛତିଶଗଡ଼ରେ ବିଷ୍ଣୁଦେଓ ସାଏ, ମଧ୍ୟପ୍ରଦେଶରେ ମୋହନ ଯାଦବ ଓ ରାଜସ୍ଥାନରେ ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ୨୦୨୪ ସାଧାରଣ ନିର୍ବାଚିନ ପୂର୍ବରୁ ବିଜେପି ଜାତି ଓ ବର୍ଗର ସନ୍ତୁଳନ ରକ୍ଷା କରି ବିଜେପି ବଡ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି ।

ଛତିଶଗଡ଼ରେ ‘ବିଷ୍ଣୁଦେଓ ସାଏ’ ସରକାର
ଛତିଶଗଡ଼ର ୩୨% ଜନସଂଖ୍ୟା ଆଦିବାସୀ । ଏହି ସମୁଦାୟରୁ ଭୋଟ ପୋଛି ନେବା ପାଇଁ ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି ଦଳ । ଆଦିବାସୀ ଅଂଚଳରେ ଥିବା ୨୬ ଆସନରୁ ବିଜେପି ପାଇଛି ୨୨ ଆସନ । ଏହି କ୍ରମରେ ବିଜେପି ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ମଧ୍ୟପ୍ରଦେଶରୁ ମଧ୍ୟ ଭୋଟ ହାସଲ ଲକ୍ଷ୍ୟ ରଖିଛି ।

ମଧ୍ୟପ୍ରଦେଶରେ ‘ମୋହନ’ ସରକାର
ମଧ୍ୟପ୍ରଦେଶରେ ବିଜେପି ସବୁ ବର୍ଗ ଓ ଜାତିକୁ ସୁହାଇବା ଭଳି ପଦକ୍ଷେପ ନେଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓବିସି ସମ୍ପ୍ରଦାୟରୁ ଆସୁଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଭଦା ଦଳିତ ଓ ରାଜେନ୍ଦ୍ର ଶୁକ୍ଲା ବ୍ରାହ୍ମଣ ଓ ବାଚସ୍ପତି ନରେନ୍ଦ୍ର ତୋମର ଠାକୁର ସମ୍ପ୍ରଦାୟରୁ ଆସୁଛନ୍ି । ମଧ୍ୟପ୍ରଦେଶରେ ଏହି ୪ ସମ୍ପ୍ରଦାୟଙ୍କ ବେଶ ଦବଦବା ରହିଛି ।

ରାଜସ୍ଥାନରେ ‘ଭଜନଲାଲ’ଙ୍କ ରାଜୁତି
ରାଜସ୍ଥାନରେ ନୂଆ ଚେହେରା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ଚକିତ କରିଛି ବିଜେପି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ବାହ୍ମଣ ସମୁଦାୟର । ସାଧାରଣ ନିର୍ବାଚନରେ ସାଧାରଣ ବର୍ଗ ଭୋଟ ହାତେଇବା ପାଇଁ ବାହ୍ମଣ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ସେପଟେ ଦୁଇ ଉପମୁୁଖ୍ୟମନ୍ତ୍ରୀ ମଧ୍ୟରୁ ଦୀୟା କୁମାରୀ ରାଜପୁତ ଓ ପ୍ରେମ ବୈରୱା ଦଳିତ ସମୁଦାୟରୁ ଆସୁଛନ୍ତି ।

ଯଦି ବିଜେପିର ସବୁ ଗଣିତ ଉପରେ ନଜର ପକାଇବା ତେବେ ଗୋଟେ ଚିତ୍ର ସ୍ପଷ୍ଟ ହୋଇସାରିଛି । ୨୦୨୪ ସାଧାରଣ ନିର୍ବାଚନରେ ନିଜ ରଣନୀତିକୁ ଅଧିକ ଶାଣିତ କରି ବିଜେପି ଜାତି ଓ ବର୍ଗ ସମୀକରଣକୁ ନେଇ ଖୁବ ଚତୁରତାର ସହ ମାଷ୍ଟରପ୍ଲାନ ବନାଇଛି । ଯଦି ଆବଶ୍ୟକ ପଡେ ତେବେ ସାଧାରଣ ନିର୍ବାଚନ ପରେ କିମ୍ବା ୨ବର୍ଷ ପରେ ମୁଖ୍ୟମନ୍ତ୍ରୀ ବଦଳାଇବା ପାରେ ଦଳ । ପୂର୍ବରୁ ଦଳରେ ଏଭଳି ଘଟଣାର ନଜୀର ରହିଛି ।