ଆସନ୍ତା ୧୬ରେ ଖୋଲିବ ଜଗମୋହନ : ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି, ରତ୍ନଭଣ୍ଡାର କମିଟିକୁ ନେଇ ବୈଠକରେ ହଟ୍ଟଗୋଳ

48

କନକ ବ୍ୟୁରୋ : ଆସନ୍ତା ୧୬ରେ ଖୋଲିବ ଜଗମୋହନ । ଶ୍ରୀମନ୍ଦିର ଜଗମୋହନ ଖୋଲିବାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ଆସନ୍ତା ୧୬ରେ ଜଗମୋହନ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଗର୍ଭଗୃହ ଭିତରକୁ ସର୍ବସାଧାରଣ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଥିଲେ ହାଇକୋର୍ଟ । ଏହା ସହ ଛତିଶା ନିଯୋଗ ବୈଠକରେ ଚୁଡାନ୍ତ ହୋଇଛି- ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରାର ନୀତିକାନ୍ତି । ଏହି ଦୁଇଟି ପରମ୍ପରାକୁ ସୂଚାରୁରୂପେ ପରିଚଳନା ନେଇ ବୈଠକରେ ଆଲେଚନା ହୋଇଛି ।

ସୂଚନାଯୋଗ୍ୟ, ହାଇକୋର୍ଟ ଶ୍ରୀମନ୍ଦିର ଜଗମୋହନ ଖୋଲାଯିବା ଓ ଗର୍ଭଗୃହ ପ୍ରବେଶ ଉପରେ କଟକଣା ଜାରି କରିବା ପରେ ଛତିଶା ନିଯୋଗ ବୈଠକ ତାରିଖରେ ପରିବର୍ତ୍ତନ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ ଗର୍ଭଗୃହ ଦାୟିତ୍ୱରେ ଥିବା ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରୀ ନିଯୋଗ ଓ ମହାଜନ ନିଯୋଗକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁପ୍ତ ଭାବେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହାଇକୋର୍ଟଙ୍କ ଆଦେଶ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ।