ଓଡିଶାରେ ଛତିଶଗଡ ଦାଦାଗିରି: ଧାନ ଗାଡି ଅଟକାଇବାକୁ ସୀମାନ୍ତ ଗାଁରେ ବାନ୍ଧିଲା ବାଉଁଶ; ନିଦରେ ଶୋଇଛି ସ୍ଥାନୀୟ ପ୍ରଶାସନ

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଛତିଶଗଡ ଦେଓଭୋଗ ବ୍ଲକ ପ୍ରଶାସନର ଟୋଲ ଗେଟ୍

168

କନକ ବ୍ୟୁରୋ: ଓଡିଶାରେ ବାଉଁଶ ବାନ୍ଧିଲା ଛତିଶଗଡ । ଧାନ ଗାଡି ରୋକିବା ନାଁରେ ଓଡିଶା ସୀମାରେ ପଶି ଅସ୍ଥାୟୀ ଟୋଲଗେଟ୍ କରିଛ ପଡୋଶୀ ରାଜ୍ୟ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସୀମାନ୍ତବର୍ତୀ ଗାଁରେ ଛତିଶଗଡ ରାଜ୍ୟ ଦେଓଭୋଗ ବ୍ଲକ ପ୍ରଶାସନର ଦାଦାଗିରି ଦେଖିବାକୁ ମିଳିଛି । ଓଡିଶାରୁ ଛତିଶଗଡ ଓ ଛତିଶଗଡରୁ ଓଡିଶା ଭିତରକୁ ଆସୁଥିବା ଧାନ ଗାଡି ଜଗିବା ପାଇଁ ଅସ୍ଥାୟୀ ଟୋଲଗେଟ୍ କରି ବାଉଁଶ ବାନ୍ଧିଛି ଛଡିଶଗଡ ଜିଲ୍ଲା ପ୍ରଶାସନ ।

ତେବେ ଏହି ଟୋଲଗେଟ୍କୁ ଦେଖିବା ପରେ ଅନେକ ପ୍ରଶ୍ନ ଉଠିଛି । ଓଡିଶା ମାଟି ଅନ୍ୟ ଏକ ରାଜ୍ୟର ବ୍ଲକ ପ୍ରଶାସନ ଟୋଲଗେଟ୍ କଲା କେମିତି । ଚନ୍ଦାହାଣ୍ଡିରେ ବେଆଇନ୍ ଅସ୍ଥାୟୀ ଟୋଲଗେଟ୍ କରିବା ପାଇଁ ଛତିଶଗଡର ଦେଓଭୋଗ ବ୍ଲକ ପ୍ରଶାସନକୁ ଅନୁମତି ଦେଲା କିଏ । ସାଧାରଣ ଜନତାଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବେଳେ ଏନେଇ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ଖବର ନାହିଁ ।