ସାବାସ୍ ଗୀତାଂଜଳୀ ! ପରିବାର ପାଇଁ ବୋଝ ନସାଜି, ପରିବାରର ବୋଝ୍ ଉଠାଉଛନ୍ତି ଏହି ଝିଅ, ଚକା ପମ୍ପଚର ମାରି ନିଜେ ପଢିବା ସହ ବାପାମାଙ୍କ ମୁହଁରେ ଦେଉଛନ୍ତି ଆହାର୍

155

ଆଜିର ଦିନରେ ଝିଅବି ପୁଅଙ୍କଠାରୁ କମ ନୁହଁନ୍ତି । ଝିଅମାନେ ବି ପୁଅଙ୍କ ସମକକ୍ଷ ହେଲେଣି । ପୁଅଙ୍କ ଭଳି ଆକାଶରେ ଉଡିଲେଣି, ସେନାରେ ସାମିଲ ହେଲେଣି ଏବଂ ପବିତ୍ର ସଂସଦ ଭବନରେ ବି ବସି ନିଜର ପକ୍ଷ ରଖିଲେଣି । ଏଭଳି ହିଁ ଜଣେ ଝିଅ ହେଉଛନ୍ତି ଗୀତାଂଜଳୀ ।

ଛତିଶଗଡର ଧମତରୀ ଜିଲ୍ଲାର କୋଲିଆରୀ ଗାଁ ପାଇଁ ମିସାଲ୍ ପାଲଟି ଯାଇଛନ୍ତି ଗୀତାଂଜଳୀ ସାହୁ । ହାତରେ ମେହେନ୍ଦି ଲଗାଇବା ପରିବର୍ତ୍ତେ ବଡ ବଡ ଗାଡିମାନଙ୍କର ଚକା ପମ୍ପଚର ମାରୁଛନ୍ତି ଗୀତାଂଜଳୀ । ସେହିପରି ଟ୍ରକଠାରୁ ଆରମ୍ଭ କରି ଟ୍ରାକ୍ଟର ପର୍ଯ୍ୟନ୍ତ ସବୁ ଗାଡିଗୁଡିକର ନଟ ବୋଲ୍ଟ ଏଭଳି ଖୋଲନ୍ତି, ଯାହାକୁ ଖୋଲିବାକୁ ଭଲ ଭଲ ମେକାନିକମାନଙ୍କର ବି ଝାଳ ବାହାରି ଯାଏ ।

ଖାଲି ଏତିକି ନୁହେଁ ଗାଁର ଏହି ଝିଅ ଟ୍ରାକ୍ଟର ବି ଭଲ ଭାବରେ ଚଲାଇ ଦିଅନ୍ତି ଏବଂ ସେ ସବୁ ପ୍ରକାର କାମ କରିବାରେ ପୂରା ପୁରି ମାହିର୍ । ଯେଉଁ କାମକୁ କରିବାକୁ ପୁଅମାନେ ବି ଭୟ କରନ୍ତି । ଯେଉଁଥି ପାଇଁ ଗାଁ ଲୋକେ ବହୁତ ଭଲ ପାଆନ୍ତି । ଖାଲି ଗାଁ ଲୋକ ନୁହଁନ୍ତି , ଗୀତାଂଜଳୀଙ୍କର ଭେଳି ନିଷ୍ଠାପରତା ପାଇଁ ତାଙ୍କୁ ଧୋଦ୍ ମନ୍ତ୍ରୀମାନେ ବି ପ୍ରଶଂସାରେ ପୋତି ଦେଇଛନ୍ତି । ଗୀତାଂଜଳୀ ଗ୍ରାମୀଣ ପରିବେଶରେ ବଢିଥିବା ଜଣେ ଚାଷୀଙ୍କର ଝିଅ । ଗୀତାଂଜଳୀ ପରିବାର ଲୋକଙ୍କ ପାଇଁ ବୋଝ ନହୋଇ, ନିଜେ ପରିବାରର ବୋଝ ଉଠାଇଛନ୍ତି ଏବଂ ଦିନରାତି ଏକକାର କରି ଅତି ନିଷ୍ଠାର ସହିତ ସବୁ କାମ କରନ୍ତି । ଗାତୀଂଜଳୀ ବାପାଙ୍କର ପମ୍ପଚର ଦୋକାନ ସମ୍ଭାଳନ୍ତି । ଖାଲି ଏତିକି ନୁହେଁ ଗୃହସ୍ଥିଠାରୁ ଆରମ୍ଭ କରି ଚାଷ କାମ ପର୍ଯ୍ୟନ୍ତ ଏବଂ ପାଠପଢା ବି ଏକାସାଥିରେ କରିଛନ୍ତି ଗୀତାଂଜଳୀ ।

ଗୀତାଂଜଳୀଙ୍କର ଅଦମ୍ୟ ସାହସକୁ ଦେଖି ଯେକେହି ବି ଚକିତ ହୋଇଯାଉଛନ୍ତି । ଯେତେବେଳେ ସେ ବଡ ବଡ ଗାଡିର ଚକା ଖୋଲି ତାକୁ ଠିକ୍ କରି ପୁଣି ଥରେ ଗାଡିରେ ଫିଟ୍ କରିଦିଅନ୍ତି ଆଉ ସେ ବି ଏକୁଟିଆ , ତାକୁ ଦେଖି ସେଠଆରେ ଉପସ୍ଥିତ ଲୋକେ ବି ଅବାକ୍ ହୋଇପଡନ୍ତି । ଖାଲି ଏତିକି ନୁହେଁ ଗୀତାଂଜଳୀ ଗାଡିରେ ପବନ ପୁରାଇବାଠାରୁ ଆରମ୍ଭ କରି ଅଏଲିଂ ଗ୍ରିସିଂ ମଧ୍ୟ ନିଜେ ହିଁ କରନ୍ତି । ଗୀତାଂଜଳୀ ଜଣେ ବିଏସସି ସେକେଣ୍ଡିଅର ଛାତ୍ରୀ ମଧ୍ୟ ଅଟନ୍ତି । ହେଲେ ପାଠପଢା ସହିତ ସେ ବାକି ସବୁ କାମ ଖୁବ୍ ଭଲ ଭାବରେ କରିଦିଅନ୍ତି । ତେବେ ଗାତୀଂଜଳୀଙ୍କ ଇଚ୍ଛା ଶିକ୍ଷକତା କରିବାକୁ । ସେ କୁହନ୍ତି କି, ଏହି କାମରେ ତାଙ୍କୁ ବହୁତ ଭଲ ଲାଗେ । ଏଥିସହିତ ହିଁ ଲୋକେ ତାଙ୍କର ଏହି କାମକୁ ସମ୍ମାନ ବି କରନ୍ତି ।