କନକ ବ୍ୟୁରୋ: ମହାନଦୀର କଲମା ବ୍ୟାରେଜର ୭ଟି ଗେଟ୍ ଦେଇ ଛତିଶଗଡ଼ ପାଣି ଛାଡିଛି । ପ୍ରତି ସେକେଣ୍ଡ ପିଛା ୧୪ଶହ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସିଡବ୍ଲୁସିର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତେବେ ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ପାଣି ଛାଡିଥିବା ସୂଚନା ମିଳିଛି ।
ଚଳିତ ମାସର ପ୍ରଥମ ସପ୍ତାହରେ ମହାନଦୀର ଉପରମୁଣ୍ଡରେ କଲମା ବ୍ୟାରେଜର ଗେଟ୍ ବନ୍ଦ କରି ଜଳକୁ ଅଟକାଇ ରଖିଥିବା ନେଇ ଓଡ଼ିଶା ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲା । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/Screen-shot-2017-06-27-at-1.16.33-PM.png)