ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କେଳେଙ୍କାରୀ । ମାଲିକ ଦୁର୍ଗା ମିଶ୍ରଙ୍କ ଭଞ୍ଜନଗର ବାସଭବନରେ ଛତିଶଗଡ ପୋଲିସର ଚଢାଉ । ପୁଅ କାଳୀ, ଭାଇ ଉପେନ୍ଦ୍ର ଓ କର୍ମଚାରୀ ଦୁର୍ଗା ଷଡଙ୍ଗୀଙ୍କ ନାମରେ ଗିରଫ୍ ପରୱାନା

377

କନକ ବ୍ୟୁରୋ : ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାଲିକ ଦୁର୍ଗା ମିଶ୍ରଙ୍କ ଭଂଜନଗର ଘରେ ଛତିଶଗଡ଼ ପୁଲିସ । ବେଆଇନ୍ ଅର୍ଥ କାରବାରରେ କୋଟି କୋଟି ଟଙ୍କା ଆତ୍ମ ସାତ କରି ଭଂଜନଗର ଅଚଂଳରେ ପ୍ରାୟ କୋଟି କୋଟି ଟଙ୍କାର ଜମି ଓ ଘର ବାରି ନିର୍ମାଣ କରିଥିଲେ ଦୁର୍ଗା ମିଶ୍ର । ତାହାର ଖୋଜ ଖବର ନେଇ ଗତ କାଲି ଭଂଜନଗର ପହଚିଂଥିଲେ ଛତିଶଗଡ଼ପୋଲିସର ଟିମ୍ ।

ଦାନ୍ତେୱାଡ଼ା ଜିଲ୍ଲାର ଗିଦାମ୍ ଥାନାରେ ରୁଜୁ ହୋଇଥିବା ଏକ ଠକେଇ ମାମଲାର ତଦନ୍ତ ପାଇଁ ଦୁର୍ଗା ମିଶ୍ରଙ୍କ ଭଂଜନଗର ବାସଭବନରେ ପହଁଚିଥିଲେ ଥାନାଅଧିକାରୀ ସନ୍ତୋଷ ଧୁରୱେ । ଏହି ଟିମ୍ ପହଁଚି ଦୁର୍ଗା ମିଶ୍ରଙ୍କ ଘରରେ ରହୁଥିବା ଭଡ଼ାଟିଆ ଲୋକଙ୍କୁ ତାଗିଦ କରି ପଚରା ଉଚୁରା କରିଥିଲେ । ଛତିଶଗଡ଼ ପୋଲିସର କହିବା କଥା ହେଲା, ୬ ଜଣ ଅଭିଯୁକ୍ତଙ୍କ ନାମରେ ଥାନାରେ ମାମଲା ରହିଛି । ତେଣୁ ଏହି ଛଅ ଜଣକୁ ପୋଲିସ ଖୋଜୁଛି । ସେମାନେ ହେଲେ ମାଲିକ ଦୁର୍ଗା ମିଶ୍ର, ତାଙ୍କ ପୁଅ କାଳିପ୍ରସାଦ ମିଶ୍ର, ଉପେନ୍ଦ୍ରଥାନ ମିଶ୍ର, ଓ ଦୁର୍ଗା ଷଡ଼ଙ୍ଗୀ ଓ ଅନ୍ୟ ୨ଜଣ । ଏହି ୬ ଜଣଙ୍କ ମଧ୍ୟରୁ କାହାରିକୁ ନପାଇ ପୋଲିସ ଟିମ୍ ଫେରିଛନ୍ତି । ଫେରିବା ବେଳେ ଥାନା ଅଧିକାରୀ ଭଂଜନଗର ତହସିଲଦାରଙ୍କୁ ଦୁର୍ଗା ମିଶ୍ରଙ୍କ ସମ୍ପତି ତାଲିକା ଦେବାପାଇଁ କହିଛି । ଗିରଫ ହୋଇଥିବା ଦୁର୍ଗା ମିଶ୍ର ଜାମିନରେ ବାହାରେ ରହିଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ ।

କହିରଖୁ କି ୧୯୮୩ ମସିହାରୁ ଏହି କମ୍ପାନୀ ରିଜର୍ଭବ୍ୟାଙ୍କରେ ଏକ ଅଣ- ବ୍ୟାଙ୍କିଙ୍ଗ ସଂସ୍ଥାଭାବେ ପଞ୍ଜିକରଣ କରି ସାଧାରଣ ଜନତାଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜମା ନେଇଥିଲା । ହେଲେ ୨୦୧୩ ମସିହା ମାର୍ଚ୍ଚ ୨୯ ତାରିଖରେ କମ୍ପାନୀ ଉପରେ ଚଢାଉ ହୋଇଥିଲା । ଏହି ଚଢାଉ ପରେ କମ୍ପାନୀର ସର୍ବଭାରତୀୟ ସ୍ତରରେ ଥିବା ୭ ଶହରୁ ଉର୍ଦ୍ଧ ଶାଖାକୁ ବନ୍ଦ କରାଯାଇଥିଲା । ହେଲେ ଆଇନ ଭୟରେ ମାଲିକ ଦୁର୍ଗା ମିଶ୍ର ଓ ଅନ୍ୟ ଉପରିସ୍ଥ କର୍ମଚାରୀ ମାନେ ଫେରାର୍ ହୋଇଯାଇଥିଲେ । ଏହା ପରେ ସିବିଆଇ ଦୁର୍ଗା ମିଶ୍ରଙ୍କୁ ବାଲେଶ୍ୱରରୁ ଗିରଫ୍ କରିଥିଲା ।