କଳାହାଣ୍ଡି : ରକ୍ତ ରଞ୍ଜିତ ହେଲା ଜେନାଖାଲ । ମାନସିକ ପୂରଣ ବଦଳରେ ପଡିଲା ପଶୁ ବଳି । ଆସ୍ଥା, ବିଶ୍ୱାସ ଓ ହଜାର ହଜାର ବର୍ଷର ପରମ୍ପରାରୁ ଚଳିଆସୁଥିବା ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ଅନୁଷ୍ଠିତ ହେଉଛି । ଭକ୍ତଙ୍କ ମାନସିକ ପାଇଁ ପଶୁ ବଳିରେ ରକ୍ତରଞ୍ଜିତ ହେଲା ରାସ୍ତା । ପ୍ରତିବର୍ଷ ପ୍ରଶାସନର କଟକଣା ସତ୍ୱେ ହଜାର ହଜାର ଛେଳି, ମେଣ୍ଢା, କୁକୁଡା ଆଦି ବଳି ଦିଆଯାଉଛି।
ଆଶ୍ୱିନମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ମାଣିକେଶ୍ୱରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥିଲା । ମହାଷ୍ଟମୀ ରାତିରେ ଗୁପ୍ତ ପୂଜା ଓ ମାଆଙ୍କ ପୀଠରେ ଅଷ୍ଟବଳି ପଡିବା ପରେ ମନ୍ଦିର ଉତର ବେଢାରେ ଥିବା ମହାକାଳ ଭୈରବଙ୍କ ପୀଠରେ ପୋଢ ବଳି ଦିଆଯିବାର ପରମ୍ପରା ରହିଛି।
ଏହାପରେ ଭବାନୀପାଟଣା ସହର ପଶ୍ଚିମ ଉପକଂଠରେ ଥିବା ଜେନାଖାଲକୁ ନିଆଯାଇଥିଲା ମାଆଙ୍କ ଛତର। ସେଠାରେ ଗୁପ୍ତ ପୂଜା ପରେ ମହାନବମୀ ପ୍ରାତଃରୁ ମାଆଙ୍କ ବିଜୟ ପ୍ରତିମା ଛତର, ମନ୍ଦିର ଅଭିମୁଖେ ଫେରିଆସିଥିଲା । ଆଉ ଏହି ସମୟରେ ମାଆଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତାର ଉଭୟ ପଟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ମାନସିକ ଭାବେ ଦେବୀଙ୍କ ଚରଣରେ ହଜାର ହଜାର କୁକୁଡା, ଛେଳି ଓ ମେଣ୍ଢା ଆଦି ବଳି ଦିଆଯିବା ଫଳରେ ରକ୍ତରଞ୍ଜିତ ହୋଇଉଠିଛି ସମଗ୍ର ରାସ୍ତା।
ଲାଲ ଛିଟ କନାରେ ଆବୃତ ଦେବୀଙ୍କ ଛତର ଏହି ରକ୍ତାକ୍ତ ପଥ ଦେଇ ମନ୍ଦିରକୁ ପ୍ରବେଶ କରେ । ରାସ୍ତାରେ ଧୁପ, ଦୀପ ନୈବେଦ୍ୟ ଦେଇ ଶାନ୍ତିର ପ୍ରତିକ ଭାବେ ଶହଶହ ପାରାଙ୍କୁ ଦେବୀଙ୍କ ଛତର ଉପରେ ଉଡାଇବାର ଅନ୍ୟ ଏକ ପରମ୍ପରା ମଧ୍ୟ ରହିଛି। ଅନ୍ୟପଟେ ଏହି ବଳି ପ୍ରଥାକୁ ବିରୋଧ କରି ଗତକାଲି କେତେକ ସ୍ଥାନରେ ଆୱାରନେସ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୧୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସହରରର ବିଭିନ୍ନ ସ୍ଥାନରେ ୧୫ଟି କ୍ୟାମେରା ଲଗାଯାଇ ଗତିବିଧି ନିରୀକ୍ଷଣ କରୁଛି।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/ChhatarJatra.jpg)