ଆଜି ପ୍ରସିଦ୍ଧ ଛତର ଯାତ୍ରା । ବିନା ବଳି ଓ ବିନା ଶ୍ରଦ୍ଧାଳୁଙ୍କୁ ନେଇ ସମ୍ପନ୍ନ ହେଲା ଛତର ଯାତ୍ରା । ପରିକ୍ରମା ପରେ ମାଣିକେଶ୍ୱରୀ ମନ୍ଦିରରେ ପହଂଚିଲା ମା’ଙ୍କ ଛତର

ଛତର ଯାତ୍ରା ପାଇଁ ସହରରେ ଲାଗୁ ହୋଇଛି ୧୪୪ ଧାରା

221

କନକ ବ୍ୟୁରୋ: ଭବାନିବାଟଣା ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପର୍ଣ୍ଣ ହେଲା । ବିନା ବଳି ଓ ବିନା ଶ୍ରଦ୍ଧାଳୁଙ୍କୁ ନେଇ ବାହାରି ଥିଲେ ମନିକେଶ୍ୱରୀଙ୍କ ପ୍ରସିଦ୍ଧ ଯାତ୍ରା । କୋଭିଡ଼ ଯୋଗୁଁ ଶହ ଶହ ବର୍ଷର ଛତର ଯାତ୍ରାରେ ପରମ୍ପରା ଭାଙ୍ଗିଛି । ବିନା ଭକ୍ତରେ କୋଭିଡ଼ କଟକଣାରେ ପାଳିତ ହୋଇଛି ମାଙ୍କ ଯାତ୍ରା । ୨୩ ତାରିଖରୁ ୨୫ ତାରିଖ ଯାଏଁ ସାରା ସହରରେ ୧୪୪ ଧାରା ଲାଗିଥିବା ବେଳେ ଭବାନୀପାଟଣା ସହରକୁ ସିଲ କରି ଦିଆଯାଇଛି ।

ଅନ୍ୟ ଅଂଚଳର ଲୋକ ନଆସିବା ପାଇଁ ୧୩ ପ୍ଲାଟୁନ ପୋଲିସ ଫୋର୍ସ, ୪ ପ୍ଲାଟୁନ ହୋମଗାର୍ଡ଼ ୮୦ ଅଧିକାରୀ ମୃତୟନ ହୋଇଥିଲେ । ଯେଉଁ ଯାତ୍ରାରେ ୨୦ ହଜାରରୁ ଅଧିକ ଲୋକ ସାମଗମ ହୁଏ ସେହି ଯାତ୍ରାରେ ଆଜି ଖାଁ ଖାଁ ଲାଗୁଛି । ବଳି ପ୍ରଥା ମଧ୍ୟ ବନ୍ଦ କରି ଦିଆଯାଇଛି । ଗତ ରାତିରେ ମହାଷ୍ଟମୀ ପୂଜା ସାରି ପୋଢ଼ ବଳି ହେବା ପରେ ଜେନା ଖାଲରେ ଗୁପ୍ତ ବଳି ଓ ସନ୍ଧି ପୂଜା ପରେ ମାଙ୍କ ଛତ୍ର ଯାତ୍ରା ମନ୍ଦିର ଅଭିମୁଖେ ବାହାରିଛି ।ମାଙ୍କ ଛତର ଯାତ୍ରା ବିଜେ କରୁଥିବା ରାସ୍ତା ଜେନାଖାଲ ଠାରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ବେରିକ୍ୟାଟ ବ୍ୟବସ୍ଥା କରାଯାଇଥିଲା । ସହରରେ ୪ଜଣରୁ ଅଧିକ ଏକତ୍ରିତ ରହିବାକୁ ବାରଣ କରି ଦିଆଯାଇଛି ।