ଛଟ୍ ପୂଜାର ଉଦଯାପନୀ ଦିବସ : ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା କରୁଛନ୍ତି ଶ୍ରଦ୍ଧାଳୁ

ବିଭିନ୍ନ ଜଳାଶୟରେ ଲାଗିଛି ଭକ୍ତଙ୍କ ସମାଗମ

79

କନକ ବ୍ୟୁରୋ : ଆଜି ଛଟ୍ ପୂଜାର ଅନ୍ତିମ ବା ଉଦଯାପନୀ ଦିବସ । ଏଥିପାଇଁ ବିଭିନ୍ନ ଜଳାଶୟରେ ଲାଗିଛି ଭକ୍ତଙ୍କ ସମାଗମ । ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ବିହାରୀ ମାନଙ୍କ ଏ ହେଉଛି ମୁଖ୍ୟ ମୁଖ୍ୟ । ଉତରପ୍ରଦେଶ ଓ ବିହାରରେ କେବଳ ଏହି ପରମ୍ପରା ଦେଖିବାକୁ ମିଳିଥାଏ । ୩ ଦିନ ଧରି ଛଟ୍ ପୂଜା ପାଳନ ହେଉଥିବା ବେଳେ ଏହାକୁ ଅତି ନିଷ୍ଠାର ସହ ପାଳିଥାନ୍ତି ବିହାର ସମ୍ପ୍ରଦାୟର ଲୋକେ ।

ଓଡିଶାର ବାଲେଶ୍ୱରରେ ବି ରହୁଥିବା ବିହାରୀ ଲୋକେ ଏହି ପୂଜା କରିଛନ୍ତି । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପରିବାର ସହ ବାଲିଘାଟ ବୁଢାବଳଙ୍ଗ କୂଳରେ ପହଂଚି ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପରିବାରର ମଙ୍ଗଳ ମନାସିଛନ୍ତି । ସୁନ୍ଦରଗଡରେ ବି ଛଟ୍ ପୂଜା ପାଈଁଁ ଇବ ନଦୀ କୂଳରେ ବିହାରି ମାନଙ୍କ ବେଶ ଭିଡ ଦେଖିବାକୁ ମିଳିଛି । ଓଡିଆ ମାନେ ବିହାରିଙ୍କ ମିଶି ବାଣ ଫୁଠାଇ ଆନନ୍ଦ ଉଲ୍ଲାସ ସହ ପାଳିଛନ୍ତି ଏହି ପୂଜା ।