ଆଜି ଅସଲ ଛାଡ଼ଖାଇ : ରବିବାର ପାଇଁ ଆମିଷ ବଜାରରେ ଜମିଲାଣି ଲୋକଙ୍କ ଗହଳି

Advertisment
ଆଜି ଅସଲ ଛାଡ଼ଖାଇ : ରବିବାର ପାଇଁ ଆମିଷ ବଜାରରେ ଜମିଲାଣି ଲୋକଙ୍କ ଗହଳି

କନକ ବ୍ୟୁରୋ : ସରିଛି କାର୍ତ୍ତିକ ମାସ, ଆମିଂଷ ବଜାରରେ ଭିଡ଼ । ଗତକାଲି ଛାଡଖାଇ ଥିଲା । ହେଲେ ଆଜି ଶନିବାର ହୋଇଥିବାରୁ ବେପାର ମାନ୍ଦା ରହିଥିଲା । ଆମିଷ ବଜାରରେ ବିଶେଷ ଭିଡ ଦେଖିବାକୁ ମିଳିନଥିଲା । ଛାଡଖାଇ ପାଇଁ ଯେମିତି ଗହଳି ଲାଗିବା କଥା ସେମିତି ଗହଳି ଲାଗିନଥିବା ଦେଖିବାକୁ ମିଳିଥିଲା । ଆଜି ରବିବାର ଥିବାରୁ ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିିଳିଛି । ଶନିବାର ଛାଡ଼ ପାଳି ନଥିବାରୁ ଲୋକ ଆଜି ବଜାରକୁ ଆସି ଆମିଷ କିଣୁଛନ୍ତି । କଟକ ପ୍ରେସ ଛକ ମାଛ ବଜାର, ବାଲେଶ୍ୱର ନୂଆ ବଜାରରେ ଆମିଷ କିଣିବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

କାର୍ତ୍ତିକ ମାସ ସରିଲେ ଛାଡ଼ଖାଇକୁ ଅପେକ୍ଷା କରିଥାନ୍ତି ଆମିଷାଶୀ ଲୋକେ ଏବଂ ଆମିଷ ବ୍ୟବସାୟୀ । କିନ୍ତୁ ଏଥର ଛାଡ଼ଖାଇ ଶନିବାରରେ ପଡ଼ିଥିବାରୁ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇନଥିଲା । ଏହାଛଡ଼ା ବେପାର ମାନ୍ଦା ଥିବାରୁ ଆମିଷ ବ୍ୟବସାୟୀ ବି ଖୁସି ନଥିଲେ। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ଆମିଷ ବଜାରରେ ରୋହି, ଭାକୁର, ପାମ୍ପ୍ଲେଟ୍‌, ଇଲିସି ଓ ଚାନ୍ଦି ମାଛ, ଚିଙ୍ଗୁଡ଼ି ଭଳି ବିଭିନ୍ନ ପ୍ରକାରର ମାଛ ବେପାର ଚାଲଛି ।

ରବିବାରକୁ ଅପେକ୍ଷା କରିଥିଲେ ବେପାରୀ। ରବିବାର ହୋଇଥିବାରୁ ଭଲ ବ୍ୟବସାୟ ହେବ ଏବଂ ରୋଜଗାର ହେବ ବେପାରୀ ଆଶା ରଖିଛନ୍ତି । ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଆଜି ମାଂସ କିଲୋ ୭୦୦ ଟଙ୍କା ଥିବା ବେଳେ ଇଲିସି ୭୦୦ରୁ ହଜାରେ ଟଙ୍କାରେ ବିକ୍ରି ହେଉଛି। ସେହିପରି ନଦୀ କଣ୍ଟିଆ ୩୨୦ଟଙ୍କା, ପୋହଳା ମାଛ ୨୦୦ ଟଙ୍କା, ପାମ୍ପଲେଟ ୩୫୦ ଟଙ୍କା ହୋଇଥିବା ବେଳେ କଙ୍କଡା ୨୦୦ରୁ ୧୪୦୦ ଟଙ୍କାରେ ବିକ୍ରି ହେଉଛି । କେତେକ ସ୍ଥାନରେ ଏହାଠାରୁ ବି ଅଧିକ ମୂଲ୍ୟ ଦେବାକୁ ପଡ଼ୁଥିବା ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି । କିନ୍ତୁ ଛାଡ଼ଖାଇ ହେତୁ ସେମାନେ ନାଚାର ।

ସେହିପରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆମିଷ ବଜାରରେ ବି ଲୋକଙ୍କ ଭିଡ଼ ଜମିଛି । ଆଜି ରବିବାର ଥିବାରୁ ସକାଳୁ ସକାଳୁ ଲୋକେ ଆମିଷ କିଣିବା ପାଇଁ ଦୋକାନରେ ପହଂଚିଥିଲେ । ପାରଳାଖେମୁଣ୍ଡିରେ ମାଛ କିଲୋ ୧୫୦, ଚିକେନ ୧୭୦, ମଟନ କିଲୋ ୬୦୦ ଟଙ୍କା ରହିଛି । ପୂର୍ବରୁ ଆମିଷ ଦର ଯାହା ଥିବା ଏବେ ବି ସେହି ଦର ରହିଛି । ଗତକାଲି ଶନିବାର ଥିବାରୁ ବେପାର ବିଶେଷ ହୋଇନଥିଲା । ତେଣୁ ଆଜି ରବିବାରରେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe