କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଏଥର ବହୁ ବରିଷ୍ଠ ଖେଳାଳିଙ୍କୁ କିନ୍ତୁ ଦଳରୁ ବାଦ୍ ଦିଆଯାଇଛି । ଯାହା ଭିତରେ ଚିତେଶ୍ୱର ପୂଜାରା ଆଉ ଆଜିଙ୍କ୍ୟ ରାହାଣେଙ୍କ ନାଁ ମଧ୍ୟ ରହିଛି । ହେଲେ ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ପରେ ରଣଜୀ ଟ୍ରଫିରେ କିନ୍ତୁ ଏହି ଦୁଇ କ୍ରିକେଟର ନିଜର ଜଲୱା ଦେଖାଇଛନ୍ତି ।
ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ପରେ ପୂଜାରା ଓ ରାହାଣେ ଏବେ ନିଜ ନିଜ ରାଜ୍ୟ ତରଫରୁ ରଣଜୀ ଟ୍ରଫି ଖେଳୁଛନ୍ତି । ଫେବ୍ରୁଆରୀ ୧୭ ତାରିଖରୁ ଆରମ୍ଭ ହୋଇଥିବା ମ୍ୟାଚରେ ମୁମ୍ବାଇ ତରଫରୁ ମ୍ୟାଚ୍ ଖେଳି ରାହାଣେ ୧୨୯ ରନର ଦମଦାର ଇଂନିସ ଖେଳିଛନ୍ତି । ଯାହା ଭିତରେ ୧୭ଟି ଚୌକା ମଧ୍ୟ ସାମିଲ ଅଛି ।
ସେହିପରି ସୌରାଷ୍ଟ୍ର ତରଫରୁ ରଣଜୀ ଟ୍ରଫି ମ୍ୟାଚ୍ ଖେଳି ଚିତେଶ୍ୱର ପୂଜାରା ୯୧ ରନର ଇଂନିସ ଖେଳିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂଜାରାଙ୍କ ଏହି ରନ୍ ସେ କେବଳ ୮୩ ବଲରୁ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଶହେରୁ ଅଧିକ ରହିଛି । ଫଳରେ ତାଙ୍କର ଏହି ଇଂନିସକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ରାହାଣେ ଓ ପୂଜାରା ଗତ କିଛି ମ୍ୟାଚ୍ ଧରି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିନଥିଲେ । ଫଳରେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଚୟନକର୍ତ୍ତାମାନେ ତାଙ୍କୁ ଦଳରୁ ବାଦ୍ ଦେଇଥିଲେ । ଆଉ ଏହାପରେ ରାହାଣେ ଓ ପୂଜାରା ଏବେ ରଣଜୀ ଟ୍ରଫିରେ ମ୍ୟାଚ୍ ଖେଳି ନିଜ ଫର୍ମ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/pjimage-26.jpg)