କନକ ବ୍ୟୁରୋ : ଭାରତୀୟ ଦଳ ଶନିବାର ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ଖେଳିବା ପାଇଁ ପ୍ରସ୍ତୁତ ହେଉଥିଲା. ଏହାର କିଛି ସମୟ ପୂର୍ବରୁ ବିସିସିଆଇ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି । ବୋର୍ଡ ଦ୍ୱାରା ନୂଆ ଚୟନକର୍ତ୍ତା କମିଟିର ଘୋଷଣା କରାଯାଇଛି । ଏଥିରେ ପୁଣି ଥରେ ଚେତନ ଶର୍ମାଙ୍କୁ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିଛି । ଟି-୨୦ ବିଶ୍ୱକପରେ ଦଳର ବିଫଳତା ପରେ ବିସିସିଆଇ କଡା ଆଭିମୁଖ୍ୟ ଗ୍ରହଣ କରି ଚେତନ ଶର୍ମାଙ୍କୁ ପଦରୁ ହଟାଇଦେଇଥିଲେ । ପୁଣି ଥରେ ତାଙ୍କୁ ଏହି ପଦ ଦିଆଯିବାକୁ ନେଇ ଫ୍ୟାନ୍ସମାନେ ନାରାଜ ଅଛନ୍ତି । ବିସିସିଆଇ ଉପରେ ସାମାଜିକ ଗଣମାଧ୍ୟମରେ ଜୋରଦାର ବର୍ଷୁଛନ୍ତି ଫ୍ୟାନ୍ସ ।
Isn’t Chetan Sharma the guy who is 4’9” and on whose last ball of the match was a full toss and was thrown out of ground by Javed Miandad to win Asia Cup? https://t.co/4UCA1Qz52w
— Ra_Bies 2.0 (@Ra_Bies) January 7, 2023
Yaha country ne law change Kar diya aur hum
Cricket main chief selector change nahin Kar pa rahe 😉#ChetanSharma#IndianCricketTeam#IndiaCricket@BCCI#JaiIplhttps://t.co/JsnLxldrDXpic.twitter.com/iutHTNFF7e— Vidit Chauhan #Sidheart (@vidit2022) January 7, 2023
NEWS 🚨- BCCI announces All-India Senior Men Selection Committee appointments.
Mr Chetan Sharma recommended for the role of Chairman of the senior men’s selection committee.
More details 👇👇https://t.co/K5EUPk454Y
— BCCI (@BCCI) January 7, 2023
୨୦୨୨ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା ଭାରତ । ଦଳର ପ୍ରଦର୍ଶନ ନେଇ ସେତେବେଳେ ପ୍ରଶ୍ନ ଉଠୁଥିଲା । ଏହାର କିଛି ଦିନ ମଧ୍ୟରେ ବିସିସିଆଇ ପଦକ୍ଷେପ ନେଇ ଚେତନ ଶର୍ମାଙ୍କ ନେତୃତ୍ୱଧିନ ଚୟନକର୍ତ୍ତା କମିଟିକୁ ଭଙ୍ଗ କରିଥିଲେ । ତେବେ ଏହାର କିଛି ସମୟ ପରେ ସେହି କମିଟି ହିଁ ଶ୍ରୀଲଙ୍କା ବିରୋଧରେ ଭାରତୀୟ ଦଳ ଚୟନ କରିଥିଲେ । ପୁଣି ଥରେ ଚେତନ ଶର୍ମାଙ୍କୁ ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିଛି । ସୋସିଆଲ ମିଡିଆରେ ବିସିସିଆଇ ବିରୋଧରେ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ ପ୍ରଶ୍ନ କରିଛନ୍ତି ଯଦି ପୁଣି ଚେତନ ଶର୍ମାଙ୍କୁ ଫେରାଇ ଆଣିବାର ଥିଲା ତେବେ ବିଶ୍ୱକପ ପରେ ତାଙ୍କୁ ବରଖାସ୍ତ କରାଯାଉଥିଲା କାହିଁକି । କିଛି ଜଣ ଏହା ମଧ୍ୟ କହିଛନ୍ତି ବିସିସିଆଇ ଦ୍ୱାରା ଏହା ସବୁଠାରୁ ଖରାପ ନିଷ୍ପତ୍ତି । ଆଉ କିଛି ଜଣ ତ କହିଛନ୍ତି ଦଳ ଆଉ ଗୋଟିଏ ବିଶ୍ୱକପ ହାରିବାକୁ ପ୍ରସ୍ତୁତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/32-3.jpg)