କନକ ବ୍ୟୁରୋ: କରୋନାରେ ଚାଲିଗଲା ରାଜସ୍ଥାନ ରୟାଲ୍ସର ଯୁବ କ୍ରିକେଟର ଚେତନ ସକରିୟା ବାପାଙ୍କ ଜୀବନ । ଗତ କିଛିଦିନ ହେବ ସେ କରୋନାରେ ସଂକ୍ରମିତ ଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଚେତନ ସକରିୟା । ତେବେ ତାଙ୍କ ବାପାଙ୍କ ମୃତ୍ୟୁ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ କରି ସୂଚନା ଦେଇଛି ।
ରାଜସ୍ଥାନ ରୟାଲ୍ସ ଟ୍ୱିଟ କରି ଲେଖିଛି, ବହୁତ ଦୁଃଖର ସହ କହିବାକୁ ପଡୁଛି କାଞ୍ଜି ଭାଇ ସକରିୟା ଆଉ ନାହାନ୍ତି । ଆମେ ଏହି କଠିନ ସମୟରେ ଚେତନ ସକରିୟାଙ୍କ ସହ ଅଛୁ । ଆମେ ତାଙ୍କ ପରିବାରକୁ ଯାହା ସମ୍ଭବ ସହାୟତା କରିବୁ ।
ଆଇପିଏଲ ୧୪ ତମ ସଂସ୍କରଣ ବେଳେ ତାଙ୍କ ବାପା କରୋନାରେ ସଂକ୍ରମିତ ହୋଇଥିଲେ । ଏହା ଜାଣିବା ପରେ ସେ ନିଜର ସମସ୍ତ ଦରମା ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ଚେତନ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ତାଙ୍କ ଦରମାରେ ହିଁ ତାଙ୍କ ବାପା ସୁସ୍ଥ ହେଉଥିଲେ । ଗତ କିଛି ମାସ ପୂର୍ବ ସକରିୟାଙ୍କ ସାନ ଭାଇ ଆତ୍ମହତ୍ୟା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/chetan-sakariya-1620545611.jpg)