‘ହାଫ୍ ଗର୍ଲଫ୍ରେଣ୍ଡ୍’କୁ ପସନ୍ଦ କଲେନି ଚେତନ୍ ଭଗତ୍ ! ଜାଣନ୍ତୁ କାହିଁକି ନିଜ ନୋଭେଲ୍ ଉପରେ ଆଧାରିତ ସିନେମାଠୁ ବୁଲାଇଲେ ମୁହଁ

120

chetan-bhagat-leadମେ’ ମାସରେ ରିଲିଜ୍ ହୋଇଥିଲା ଅର୍ଜୁନ୍ କପୁର୍ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତି ସିନେମା ‘ହାଫ୍ ଗର୍ଲଫ୍ରେଣ୍ଡ୍’ । ସିନେମାର ରୂପ ନେଇଥିଲା ଲେଖକ ଚେତନ୍ ଭଗତଙ୍କ ନୋଭେଲ୍ ‘ହାଫ୍ ଗର୍ଲଫ୍ରେଣ୍ଡ’ । ତେବେ ଏହି ସିନେମାକୁ ନେଇ ସାମ୍ନାକୁ ଆସିଛି ଏକ ଖବର । ଶୁଣିବାକୁ ମିଳିଛି ଲେଖକ ଚେତନ୍ ଭଗତଙ୍କୁ ପସନ୍ଦ ଆସିନାହିଁ ତାଙ୍କ ନଭେଲ୍ ଉପରେ ଆଧାରିତ ଏହି ସିନେମାଟି ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଚେତନଙ୍କୁ ଏହି ସିନେମା ନେଇ ନିଜ ମତାମତ ପଚରାଯାଇଥିଲା । ଏହାର ଉତ୍ତରରେ ଚେତନ୍ କହିଥିଲେ ବହୁତ୍ ଫିଲ୍ମି ହୋଇଥିଲା ‘ହାଫ୍ ଗର୍ଲଫ୍ରେଣ୍ଡ୍’ । ଚାହିଁଥିଲେ ସିନେମାଟି ଆହୁରୀ ଭଲ ବନାଯାଇପାରିଥାନ୍ତା । କାରଣ ଯେତେବେଳେ ମୁଖ୍ୟ ଭୂମିକାରେ ଅର୍ଜୁନ୍ କପୁର ରହୁଛନ୍ତି ସେତେବେଳେ ଆଶା ବଢିଯାଏ ।

2-states-1ଏହା ପୂର୍ବରୁ ଚେତନ୍ ଭଗତଙ୍କ ଅନ୍ୟ ଏକ ନୋଭେଲ୍ ‘ଟୁ ଷ୍ଟେଟ୍’ ଉପରେ ହୋଇଥିବା ସିନେମାରେ ଅଭିନୟ କରିଥିଲେ ଅର୍ଜୁନ୍ କପୁର୍ । ତେବେ ୨୦୧୧ରେ ଚେତନଙ୍କ ନୋଭେଲ୍ ‘ରିଭଲ୍ୟୁସନ୍ ୨୦୨୦’ ଉପରେ ସିନେମା ନିର୍ମାଣ ହୋଇଥାନ୍ତା । କିନ୍ତୁ କୌଣସି କାରଣ ବସତଃ ଏହା ହୋଇପାରିନଥିଲା । କିନ୍ତୁ ଏବେ ପୁଣି ଥରେ ଏହା ଉପରେ ସିନେମା କରିବାକୁ ଅଂଟା ଭିଡିଛନ୍ତି ଚେତନ୍ । ହେଲେ ଏଥର ମୁଖ୍ୟ ଭୂମିକାରେ ଅର୍ଜୁନ୍ କପୁର୍ ନଜର ଆସିନପାରନ୍ତି । କାରଣ ନିଜେ ଚେତନ୍ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି ଏହି ସିନେମାର କାଷ୍ଟରେ ପରିବର୍ତ୍ତନ ହୋଇପାରେ । ଚଳିତ ବର୍ଷ ଶେଷ ସୁଦ୍ଧା ଜଣା ପଡିବ କିଏ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।