୧୬ ବର୍ଷିୟ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର.ପ୍ରଜ୍ଞାନନ୍ଦଙ୍କ ସଫଳତା, ଗୋଟିଏ ବର୍ଷରେ ବିଶ୍ୱ ଚମ୍ପିୟନଙ୍କୁ ୨ ଥର କଲେ ପରାଜିତ

89

କନକ ବ୍ୟୁରୋ : ସାରା ବିଶ୍ୱରେ ଦିନକୁ ଦିନ ଭାରତୀୟଙ୍କ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ସେ ଆମେରିକାର ପ୍ରଶାସନିକ ସେବାରେ ହେଉ କି କ୍ରୀଡା କ୍ଷେତ୍ରରେ ହେଉ । ଏହି କ୍ରମରେ ବିଦେଶରେ ଆଉ ଏକ ସଫଳତା ହାସଲ କରିଛନ୍ତି ୧୬ ବର୍ଷିୟ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଆର ପ୍ରଜ୍ଞାନନ୍ଦ । ସେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚମ୍ପିୟନ ମେଗ୍ନସ କାର୍ଲସନଙ୍କୁ ଚେସବଲ ମାଷ୍ଟର୍ସର ପଞ୍ଚମ ପର୍ଯ୍ୟାୟରେ ପରାସ୍ତ କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ବି ସେ କାର୍ଲସନଙ୍କୁ ପରାଜିତ କରିଥିଲେ । ତିନିମାସ ପରେ ପୁଣିଥରେ କାର୍ଲସନ ପ୍ରଜ୍ଞାନନ୍ଦଙ୍କ ଠାରୁ ପରାଜିତ ହୋଇଛନ୍ତି ।

କହିରଖୁ କି ଚେସବଲ ମାଷ୍ଟର୍ସ ଏକ ଅନଲାଇନ ରାପିଡ ସତରଞ୍ଜ ଗେମ୍ । ଏଥିରେ ବିଶ୍ୱର ୧୬ ଜଣ ଚେସ୍ ଖେଳାଳୀ ଭାଗ ନେଇଥାନ୍ତି । ଏଥିର ପଞ୍ଚମ ରାଉଣ୍ଡରେ ପ୍ରଜ୍ଞାନନ୍ଦ କାର୍ଲନସଙ୍କୁ ପରାଜିତ କରି ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ।

କହିରଖୁ କି ଚଳିତ ବର୍ଷ ଫେବୃଆରୀ ମାସରେ ବି ଏୟରଥିଙ୍ଗସ୍ ମାଷ୍ଟର୍ସ ଅନଲାଇନ ରାପିଡ ଟୁର୍ଣ୍ଣାମେଣ୍ଟରେ ପ୍ରଜ୍ଞାନନ୍ଦ କାର୍ଲସନଙ୍କୁ ପରାଜିତ କରିଥିଲେ । ହେଲେ ଚଳିତ ଟୁର୍ଣ୍ଣାମେଣ୍ଟ କଥା କହିଲେ ଦ୍ୱିତୀୟ ଦିନରେ ୧୫ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଭଳି ସ୍ଥଳେ ପ୍ରଜ୍ଞାନନ୍ଦ ୧୨ ଅଙ୍କ ସ୍କୋର କରି ପଞ୍ଚମ ସ୍ଥାନରେ ରହିଛନ୍ତି । ଚୀନର ୱଇ ଇ ୧୮ ଅଙ୍କ ସ୍କୋର କରି ଏବେ ପ୍ରଥମ ବା ଶୀର୍ଷ ସ୍ଥାନରେ ରହିଛନ୍ତି ।