ଆଇପିଏଲ ଟକ୍କର : ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ ।

89

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ ଦଳ । ଏବେ ଧୋନୀ ବାହିନୀର ଦୁଇ ଓପନର ମୈଦାନକୁ ଓହ୍ଲାଇବେ । ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୭ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ହାଇଦ୍ରାବାଦ ୭ଟି ମ୍ୟାଚରେ ୩ଟି ବିଜୟ ଓ ୪ଟି ପରାଜୟକୁ ସାମ୍ନା କରିଛି । ସେହିପରି ଚେନ୍ନାଇ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ବରଣ କରିଛି । ତେଣୁ ଏହି ମ୍ୟାଚରେ ଚେନ୍ନାଇ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ । କାରଣ ଏହି ମ୍ୟାଚ ହିଁ ଚେନ୍ନାଇ ପାଇଁ ଶେଷ ସୁଯୋଗ ରହିବ ।

ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ, ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଚେନ୍ନାଇରେ ସେନ ୱାଟସନ, ଫାପ ଡୁପ୍ଲେସିସ, ଅମ୍ବାତି ରାଇଡୁ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳାଳି ରହିଛନ୍ତି ।