ଜିନ୍ସ , ସ୍ଲିଭଲେସ୍ ଟପ୍ ପିନ୍ଧିଥିବା ଝିଅଙ୍କୁ ତାମିଲନାଡ଼ୁରେ ଡ୍ରାଇଭିଂ ଟେଷ୍ଟ୍ ଦେବାକୁ ଅନୁମତି ମିଳୁନାହିଁ। ଚେନ୍ନାଇର କେକେ ନଗରରେ ନିକଟରେ ଏଭଳି ଦୁଇଟି ଘଟଣା ଘଟିବା ନଜରକୁ ଆସିଛି।

Advertisment

publive-image

ଗତ ସପ୍ତାହରେ ପବିତ୍ରା ନାମକ ଜଣେ ଯୁବତୀ ଜିନ୍ସ ଓ ସ୍ଲିଭ୍ଲେସ ଟପ୍ ପିନ୍ଧି କେକେନଗର ଆଞ୍ଚଳିକ ପରିବହନ କାର୍ୟ୍ୟାଳୟକୁ ଡ୍ରାଇଭିଂ ଟେଷ୍ଟ୍ ଦେବା ପାଇଁ ଯାଇଥିଲେ। ମାତ୍ର ଆର୍ଟିଓ ତାଙ୍କୁ ଫେରାଇ ଦେଇଥିଲେ। ଡ୍ରାଇଭିଂ ପରୀକ୍ଷା ଦେବାପାଇଁ ସେହି ପୋଷାକ ଠିକ୍ ନ ଥିବା କହି ତାଙ୍କୁ ଫେରାଇ ଦିଆଯାଇଥିଲା। କିନ୍ତୁ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଜରୁରି ଥିବାରୁ ସେ ଘରକୁ ଯାଇ ସାଲୱାର କମିଜ୍ ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ। ଏହା ପରେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା। ସେହିଭଳି ଉପରୋକ୍ତ ଘଟଣାର ୧୦ ଦିନ ପୂର୍ବରୁ ଅନ୍ୟ ଜଣେ କଲେଜ ଛାତ୍ରୀ ସୁମତୀଙ୍କୁ ସେହି କାରଣ ପାଇଁ କେ କେ ନଗର ଆରଟିଓ ଡ୍ରାଇଭିଂ ଟେଷ୍ଟ ପାଇଁ ମନା କରିଦେଇଥିଲେ। ପରେ ସେ ଘରକୁ ଯାଇ ପୋଷାକ ବଦଳାଇ ଆସିବା ପରେ ତାଙ୍କୁ ଡ୍ରାଇଭିଂ ଟେଷ୍ଟ ପାଇଁ ଅନୁମତି ମିଳିଥିଲା। ଲାଇସେନ୍ସ ପ୍ରଦାନ ପାଇଁ ଏଭଳି କିଛି ଲିଖିତ ନିୟମ ରହିଛି କି ବୋଲି ଛାତ୍ରୀ ସୁମତୀ ପ୍ରଶ୍ନ କରିଛନ୍ତି। ପୋଷାକ ସହିତ ଡ୍ରାଇଭିଂ ଲାଇସେନ୍ସର କ’ଣ ସମ୍ପର୍କ ବୋଲି ସେ ପଚାରିଛନ୍ତି। ଅନ୍ୟପକ୍ଷରେ ଆଇନଜୀବୀଙ୍କ କହିବାନୁଯାୟୀ ଡ୍ରାଇଭିଂ ଟେଷ୍ଟ ଦେବାବେଳେ ଡ୍ରେସ୍ କୋଡର କୌଣସି ଆବଶ୍ୟକତା ନାହିଁ।