ଟସ୍ ଜିତିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରିବ ଧୋନୀ ବ୍ରିଗେଡ୍ ।

134

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବଳକା ମ୍ୟାଚ୍ । ସୁପର ସଣ୍ଡେର ସୁପର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ତେବେ ପ୍ରଥମେ ବୋଲିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ ।

ଆଜିଠୁ ୟୁଏଇରେ ଜମିବ ଆଇପିଏଲ୍ । ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍-୧୪ର ଦ୍ୱିତୀୟ ଭାଗ । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ପରସ୍ପରକୁ ଭେଟିବେ । ଗତ ଏପ୍ରିଲ ମାସରେ ଭାରତରେ ପ୍ରଥମ ଭାଗ ଆୟୋଜନ କରାଯାଇଥିଲା । କରୋନା ଯୋଗୁ ୨୯ଟି ମ୍ୟାଚ୍ ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା । ଦ୍ୱିତୀୟ ଭାଗରେ ବାକି ଥିବା ୩୧ଟି ମ୍ୟାଚ୍ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ ଖେଳାଯିବ ।

ଆଇପିଏଲର ଦୁଇ ସଫଳ ଦଳ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଆଉ କିଛି ସମୟ ପରେ ମୁକାବିଲା ହେବ । ମୁମ୍ବାଇ ୫ଥରର ଚାମ୍ପିଅନ୍ ହୋଇଥିବା ବେଳେ ଚେନ୍ନାଇ ତିନି ଥର ଟାଇଟଲ ଜିତିଥିବା ବେଳେ ୫ଥର ରନର୍ସ ଅପ୍ ହୋଇଛି । ହେଲେ ଚେନ୍ନାଇ ଦଳରେ ଫିଟନେସ୍ ସମସ୍ୟା ରହିଛି । ଦୁଇ ପ୍ରମୁଖ ଖେଳାଳି ଡୁପ୍ଲେସି ଓ ବ୍ରାଭୋ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।