କନକ ବ୍ୟୁରୋ: ଲଗାତର ପରାଜୟ ପରେ ବିଜୟଧାରାକୁ ଫେରିଲା ଚେନ୍ନାଇ ସୁପରକିଙ୍ଗ୍ସ । ରବିବାର ଖେଳାଯାଇଥିବା ଆଇପିଏ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରି ଚେନ୍ନାଇ ଷଷ୍ଠରୁ ତୃତୀୟ ସ୍ଥାନକୁ ଉଠିଛି ।

Advertisment

 ଅଧିନାୟକ ରୁତୁରାଜ ଗାଏକୱାଡଙ୍କ ୯୮ ରନର ଦମଦାର ପାରି ସାଙ୍ଗକୁ ତୁଷାର ଦେଶପାଣ୍ଡେଙ୍କ ଚତୁର ବୋଲିଂ ସମ୍ମୁଖରେ ମାଟି କାମୁଡିଛି ହାଇଦ୍ରାବାଦ । ଚେନ୍ନାଇ ପକ୍ଷରୁ ଅନ୍ୟ ୨ ବୋଲର ମହେଶ ପଥିରଣା ଓ ମୁସ୍ତାଫିଜୁର ରେହମାନ ମଧ୍ୟ ଦୁଇଟି ଲେଖାଏଁ ୱିକେଟ ହାସଲ କରି ଦଳକୁ ସହଜ ବିଜୟ ଦେଇଛନ୍ତି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଚେନ୍ନାଇ ସୁପରକିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ଆଜିଙ୍କ୍ୟ ରାହାଣେଙ୍କ ୱିକେଟ ପରେ ଦଳ ପାୱାରପ୍ଲେରେ ମାତ୍ର ୫୦ ରନ୍ ସଂଗ୍ରହ କରିଥିଲା । ପରେ ଅଧିନାୟକ ରୁତୁରାଜ ଗାଏକୱାଡଙ୍କ ୯୮ ରନର ପାରି, ଡ୍ୟାରେଲ ମିଚେଲଙ୍କ ୫୨ ରନ୍ ଏବଂ ଶିଭମ୍ ଦୁବେଙ୍କ ୩୯ ରନ ଫଳରେ ଦଳର ୨୧୨ ରନ୍ ସଂଗ୍ରହ କରିଥିଲା । ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୧୮.୫ ଓଭରରେ ୧୩୪ ରନରେ ଅଟକିବା ସହିତ ପରାଜୟ ବରଣ କରିଛି । ଦଳ ପକ୍ଷରୁ ଆଇଡେନ୍ ମାର୍କନ ସର୍ବାଧିକ ୩୨ ରନ୍ ସଂଗ୍ରହ କରିଥିବା ବେଳେ ହେନରିକ୍ ୨୦, ଅବଦୁଲ ସମାଦ ୧୯, ଅଭିଷେକ ଶର୍ମା ୧୫, ନୀତିଶ ରେଡ୍ଡୀ ୧୫ ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ ବିଜୟ ସହ ଚେନ୍ନାଇ ସୁପର କିଙ୍ଗସ ଚେପକ ଷ୍ଟାଡିୟମରେ ୫୦ଟି ବିଜୟ ପାଇଛି । ଏଥି ସହିତ ଖେଳାଳି ଭାବେ ଏହା ମହେନ୍ଦ୍ର ସିଂ ଧୋନୀଙ୍କର ଏହା ୧୫୦ତମ ବିଜୟ ।

ସେପଟେ ଅନ୍ୟ ଏକ ହାଇଭୋଲଟେଜ୍ ମ୍ୟାଚରେ ବିରାଟ କୋହଲି ଏବଂ ୱିଲ୍ ଜ୍ୟାକସଙ୍କ ଧୁଆଁଦାର ବ୍ୟାଟି ଆଗରେ ୯ ୱିକେଟରେ ପରାସ୍ତ ହୋଇଛି ଗୁଜରାଟ ଟାଇଟନ୍ସ ।