ଆଜି ଆଇପିଏଲରେ ହାଇଭୋଲଟେଜ୍ ଫାଇଟ୍ । ମୁହାଁମୁହିଁ ହେବେ ଚେନ୍ନାଇ ସୁରକିଙ୍ଗସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ।

67

କନକ ବ୍ୟୁରୋ : ଆଜି ଆଇପିଏଲରେ ରହିଛି ଏକ ଦମଦାର ଫାଇଟ । ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ରାତି ୮ଟାରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ । ସେହିପରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ସନ୍ ରାଇଜର୍ସ ହାଇଦ୍ରାବାଦ ।

ଦୁଇଟି ଯାକ ଟିମ୍ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଥିବାରୁ ଆଜି ଏକ ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ । ବିଶେଷ କରି ସନ୍ ରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ୱାର୍ନର ଏବଂ ବେୟାରଷ୍ଟ୍ରୋଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ଚେନ୍ନାଇ ମଧ୍ୟ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ରହିଛି ସତ, କିନ୍ତୁ କ୍ରମାଗତ ଭାବେ ଗତ ଦୁଇଟି ମ୍ୟାଚ ହାରିଥିବାରୁ ଆଜି ମ୍ୟାଚଟି ଦଳ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସେପଟେ ହାଇଦ୍ରାବାଦ ଗତ ଦୁଇଟି ମ୍ୟାଚରେ ବାଜି ମାରିଥିବାରୁ ଦଳର ମନୋବଳ ଦୃଢ ରହିଛି ।

ସମ୍ଭାବ୍ୟ ଦଳ(ଚେନ୍ନାଇ) : ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ସେନ୍ ୱାଟସନ୍, ଫାଫ୍ ଡୁପ୍ଲେସିସ, ସୁରେଶ ରାଇନା, ଅମ୍ବାତି ରାଇଡୁ, କେଦାର ଯାଦବ, ଡ୍ୟୁଏନ୍ ବ୍ରାଭୋ, ରବିନ୍ଦ୍ର ଜାଡେଜା, ଦୀପକ ଚହର, ହରଭଜନ ସିଂହ, ଇମ୍ରାନ ତାହିର ।

ସମ୍ଭାବ୍ୟ ଦଳ(ହାଇଦ୍ରାବାଦ) : କେନ୍ ୱିଲିୟମସନ୍ (ଅଧିନାୟକ), ଜନି ବେୟାରଷ୍ଟ୍ରୋ, ଡେଭିଡ୍ ୱାର୍ନର, ବିଜୟ ଶଙ୍କର, ଦୀପକ ହୁଡା, ୟୁସୁଫ ପଠାନ୍, ରାସିଦ ଖାନ, ସାହାବାଜ ନଦିମ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ସନ୍ଦିପ ଶର୍ମା ।