ଆଜି ଚେନ୍ନାଇ-ଦିଲ୍ଲୀ ‘କର ବା ମର’ ମୁକାବିଲା । ପ୍ରଥମ ଫାଇନାଲ ଆଶାରେ ଦିଲ୍ଲୀ କ୍ୟାପିଟାଲ୍ସ ।

147

କନକ ବ୍ୟୁରୋ : ନିଜ ନାମରୁ ଡେୟାରଡେଭିଲ୍ସ ହଟାଇବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଲୟ ଧରିବା ସହିତ ପ୍ରଥମ ଥର ଆଇପିଏଲ୍‌ ଫାଇନାଲ୍ ପ୍ରବେଶ ଆଶାରେ ରହିଛି । ଶୁକ୍ରବାର କ୍ବାଲିଫାୟାର-୨ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇ ପାରିଲେ ଶ୍ରେୟସ ଆୟରଙ୍କ ଦଳ ଏହି ଲକ୍ଷ୍ୟରେ ପହଞ୍ଚିପାରିବ । ଗତ ଚେପକ୍ ମୁକାବିଲାରେ ଚେନ୍ନାଇ ନିକଟରୁ ୮୦ ରନ୍‌ର ବଡ଼ ପରାଜୟ ହିଁ ଦିଲ୍ଲୀକୁ ଶୀର୍ଷ ଦ‌ୁଇ ଦଳ ଭିତରେ ରଖିବାରୁ ବଞ୍ଚିତ କରିଥିଲା । ବୁଧବାର କିନ୍ତୁ ହାଇଦ୍ରାବାଦ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ୨ ୱିକେଟ୍‌ ବିଜୟ ଋଷବ ପନ୍ତଙ୍କୁ ଅତିରିକ୍ତ ପ୍ରେରଣା ଯୋଗାଇଛି । ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ନିକଟରେ କିନ୍ତୁ ଶକ୍ତି, ସାମର୍ଥ୍ୟ ଏବଂ ଅଭିଜ୍ଞତା ଥିବାରୁ ଫାଇଦାରେ ରହିବେ । ଆମେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଭଲ ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଦିଲ୍ଲୀ ଦଳର ଅନ୍ୟତମ ଯୁବ ତାରକା ପୃଥ୍ବୀ ସ’ । ଆମେ ଜାଣିଛୁ ଚେନ୍ନାଇ ବିପକ୍ଷରେ ଆମେ ଏ ବର୍ଷ ଜିତିନାହୁ । ଏହାକୁ ଆହ୍ବାନ ଭାବେ ନେଇ ଖେଳିବୁ ବୋଲି ପୃଥ୍ବୀ ପ୍ରକାଶ କରିଛନ୍ତି। ଆଇପିଏଲ୍‌ ଟ୍ରଫି ଜିତିବା ମୋ ପାଇଁ ଚଳିତ ବର୍ଷର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ଦଳର ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ।

ଚେନ୍ନାଇ ସୁପର୍ କିଙ୍ଗସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, ସେନ୍‌ ୱାଟ୍‌ସନ୍‌, ଫାପ୍ ଡୁ ପ୍ଲେସିସ୍, ମୁରଲୀ ବିଜୟ, ରବୀନ୍ଦ୍ର ଜାଦେଜା, ଧୃବ ସୋରେ, ଚୈତନ୍ୟ ବିଷ୍ଣୋଇ, ଡ୍ବାନ୍ ବ୍ରାଭୋ, ହରଭଜନ ସିଂହ, ଇମ୍ରାନ୍ ତାହିର, ଦୀପକ ଚହର, ସାର୍ଦୁଲ ଠାକୁର, ଋତୁରାଜ ଗାଏକ୍ବାଡ, କର୍ନ ଶର୍ମା, ମିଚେଲ୍ ସାଣ୍ଟନର୍‌, ମୋହିତ ଶର୍ମା, କେଏମ ଅସିଫ୍‌, ଏନ ଜଗଦୀଶାନ, ସ୍କଟ୍ କୁଗଲିନ୍।

ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟର (ଅଧିନାୟକ), ପୃଥ୍ବୀ ସ’, ଶିଖର ଧାୱନ, ଋଷବ ପନ୍ତ୍‌, କଲିନ୍‌ ଇନଗ୍ରାମ, କିମୋ ପଲ୍, ଅକ୍ଷର ପଟେଲ୍‌, ରାହୁଲ ତିୱାତିଆ, ଅମିତ୍ ମିଶ୍ରା, ଈଶାନ୍ତ ଶର୍ମା, ହନୁମା ବିହାରୀ, ସର୍ଫାନ୍ ରଦରଫୋର୍ଡ, ସନ୍ଦୀପ ଲାମିଚାନ୍‌, ଟ୍ରେଣ୍ଟ୍ ବୋଲଟ, ଆଭେଶ ଖାନ୍‌, ନାଥୁ ସିଂହ, ବନ୍ଦାରୁ ଆୟପ୍ପା, କଲିନ୍‌ ମୁନରୋ, ମନଜୋତ କାଲରା, ଜେ ସୁଚିତ୍‌, ଅଙ୍କୁ ବେନ୍ସ।