କନକ ବ୍ୟୁରୋ : ଆଉ କିଛି ସମୟ ପରେ ଖେଳାଯିବ ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମୁକାବିଲା । ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ହେବ ଦମଦାର ଟକ୍କର । ସର୍ବାଧିକ ୨୦ ପଏଂଟ ହାସଲ କରି ଲିଗର ଶ୍ରେଷ୍ଠ ଦଳ ଭାବେ ଦିଲ୍ଲୀ ପ୍ଲେ-ଅଫକୁ ଯାଇଛି । ଆରସିବି ସହ ସମାନ ୧୮ ପଏଂଟ ପାଇଥିଲେ ମଧ୍ୟ ରନ୍ ରେଟ୍ ଆଧାରରେ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହି ପ୍ରଥମ କ୍ୱାଲିଫାୟାର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ।
ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ଓ ବଳିଷ୍ଠ ରଣନୀତିକୁ ନିଷ୍ଫଳ କରିବାକୁ ହେଲେ ଦିଲ୍ଲୀର ଯୁବ ଅଧିନାୟକ ଋଷଭ ପନ୍ତଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଚେନ୍ନାଇ ପୂର୍ବରୁ ୮ ଥର ଫାଇନାଲ ଖେଳି ୩ ଥର ଚାମ୍ପିଅନ୍ ହୋଇଛି । ଅନ୍ୟପଟେ ମାତ୍ର ଥରେ ଫାଇନାଲ ଖେଳିଥିବା ଦିଲ୍ଲୀ ନିଜ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି । ଗତବର୍ଷ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା ଦିଲ୍ଲୀ ମୁମ୍ବାଇଠାରୁ ପରାସ୍ତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/2femrbh_ms-dhoni-rishabh-pant-twitter_625x300_04_October_21.jpg)