ଆଇପିଏଲରେ ରାଜସ୍ଥାନରୁ ହାରିବା ପରେ ସଙ୍କଟରେ ଚେନ୍ନାଇ ସୁପର କିଙ୍ଗସ : ୧୦ ମ୍ୟାଚରୁ ୭ ପରାଜୟ ପରେ ପ୍ଲେ ଅଫରୁ ବାଦପଡିବା ଆଶଙ୍କା

202

କନକ ବ୍ୟୁରୋ : ରାଜସ୍ଥାନ ରୟାଲସ୍ ଠାରୁ ୭ ୱିକେଟରେ ହାରିବା ପରେ ଚଳିତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ୍ ଏବେ ସଂକଟରେ । କାରଣ ଦଳ ଏବେ ୧୦ ମ୍ୟାଚରୁ କେବଳ ୬ ପଏଂଟ ସହିତ ପଏଂଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଅର୍ଥାତ୍ ସବୁଠାରୁ ତଳେ ରହିଛି ଚେନ୍ନାଇ ସୁପରକିଙ୍ଗସ୍ । ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଚଳିତ ଆଇପିଏଲରେ ୧୦ ମ୍ୟାଚ ଖେଳି ସାରିଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ପରାଜୟ ହେଉଛି ସପ୍ତମ ପରାଜୟ ।

ଏହାକୁ ନେଇ ଦଳ ଏବେ ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ବର୍ତମାନ ପଏଂଟ ଟେବୁଲ ଶୀର୍ଷରେ ୧୪ ପଏଂଟ ସହିତ ଦିଲ୍ଲୀ କ୍ୟାପିଟାଲସ୍ ରହିଛି । ୧୨ ପଏଂଟ ସହିତ ଦ୍ୱିତୀୟ ସ୍ଥାନରେ ମୁମ୍ୱାଇ ଇଣ୍ଡିଆନ୍ସ, ୧୨ ପଏଂଟ ସହିତ ତୃତୀୟ ସ୍ଥାନରେ ରୟାଲ ଚାଲେଂଜର୍ସ ବାଙ୍ଗାଲୋର ଏବଂ ୯ ମ୍ୟାଚରୁ ୧୦ ପଏଂଟ ସହିତ ଚତୁର୍ଥ ସ୍ଥାନରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଚେନ୍ନାଇ ହାତରେ ପ୍ଲେ ଅଫ୍ ଦୌଡ ଚୟନ ଆଗରୁ ମାତ୍ର ୪ଟି ମ୍ୟାଚ୍ ରହିଛି ।

କିନ୍ତୁ ଦଳ ଏବେ ପଏଂଟ ଟେବୁଲର ସବୁ ଠାରୁ ତଳେ ଥିବାରୁ , ୨୦୨୦ ସିଜିନର ପ୍ଲେ ଅଫ୍ ଦୌଡରୁ ମହେନ୍ଦ୍ର ସିଂ ଧୋନୀଙ୍କ ତାରକା ଖଚିତ ଚେନ୍ନାଇ ସୁପରକିଙ୍ଗସ୍ ଏବେ ବିଦାୟ ଦ୍ୱାରରେ ପହଁଚି ଯାଇଛି । ଟି ୨୦ରେ ଧୋନୀଙ୍କର ଏହା ୨୦୦ ତମ ମ୍ୟାଚ୍ ଥିବା ବେଳେ ଧୋନୀଙ୍କ ପାଇଁ ଭାଗ୍ୟ କିନ୍ତୁ ସାଥ୍ ଦେଇଛି ।