ଗୁଜରାଟକୁ ପରାସ୍ତ କରି ସିଧା ଆଇପିଏଲ୍ ଫାଇନାଲରେ ଚେନ୍ନାଇ : ନିର୍ଣ୍ଣାୟକ ହେଲା ଶୁଭ୍ରାଂଶୁ ସେନାପତିଙ୍କ ରନ୍ ଆଉଟ୍

ଗୁଜରାଟକୁ ପରାସ୍ତ କରି ସିଧା ଆଇପିଏଲ୍ ଫାଇନାଲରେ ଚେନ୍ନାଇ : ନିର୍ଣ୍ଣାୟକ ହେଲା ଶୁଭ୍ରାଂଶୁ ସେନାପତିଙ୍କ ରନ୍ ଆଉଟ୍

କନକ ବ୍ୟୁରୋ : ଗୁଜରାଟକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଗୁଜରାଟକୁ ୧୫ ରନ୍ରେ ପରାସ୍ତ କରିଛି ଚେନ୍ନାଇ । କ୍ୱାଲିଫାୟାର-୧ରେ ଧୋନୀ ବାହିନୀ ଦଳଗତ ପ୍ରଦର୍ଶନ ବଳରେ ଦ୍ୱିତୀୟ ସୁଯୋଗକୁ ଅପେକ୍ଷା ନକରି ସିଧାସଳଖ ଟ୍ରଫି ଟକ୍କରରେ ପହଞ୍ଚିଯାଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ପକ୍ଷରୁ ଓପନର ଋତୁରାଜ ଗାଏକୱାଡ ଓ ଡେଭନ୍ କନୱେ ଭଲ ପ୍ରଦର୍ଶନ କରିଥିଲେ ।

ହେଲେ ଏମାନଙ୍କ ପରେ ସଂଘର୍ଷ କରିଥିଲା ଦଳ । ନିର୍ଦ୍ଧାରିତ ଓଭରରେ ଦଳ ୧୭୨ ରନ୍ କରିଥିଲା । ଜବାବରେ ପାଣ୍ଡ୍ୟାଙ୍କ ଦଳ ୧୫୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଗୁଜରାଟ ପାଇଁ ଶୁଭମନ ଗିଲ ସର୍ବାଧିକ ୪୨ ରନର ଇନିଂସ ଖେଳିଥିଲେ । ମ୍ୟାଚର ଅଷ୍ଟାଦଶ ଓଭରରେ ବଦଳ ଖେଳାଳି ଶୁଭ୍ରାଂଶୁ ସେନାପତି ମିଡ୍ ଅଫରୁ ଫିଙ୍ଗିଥିବା ଏକ ଥ୍ରୋରେ ଦର୍ଶନ ନଲକାଣ୍ଡେ ଆଉଟ୍ ହୋଇଥିଲା । ଏହି ରନ୍ ଆଉଟ୍ ଚେନ୍ନାଇକୁ ମ୍ୟାଚ୍ ଜିତାଇବାରେ ମଧ୍ୟ ନିର୍ଣ୍ଣାୟକ ହୋଇଥିଲା ।

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ । ଚେନ୍ନାଇ ପୁଣି ଥରେ ଅପରିବର୍ତ୍ତିତ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ବେଳେ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ରକ୍ଷଣାତ୍ମକ ଖେଳିଥିଲେ । ପାୱାରପ୍ଲେରୁ ୪୯ ରନ୍‌ ସଂଗ୍ରହ କରିବା ପରେ ପ୍ରଥମ ୱିକେଟ୍‌ରେ ଏହି ଯୋଡ଼ି ୮୭ ରନ୍‌ ଉଠାଇଥିଲେ । ଦ୍ବିତୀୟ ଓଭରରେ ଜୀବନଦାନ ପାଇଥିବା ଗାଏକ୍ବାଡ ଏହାର ଫାଇଦା ଉଠାଇ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ‌୪୪ ବଲ୍‌ରୁ ୬୦ ରନ୍‌ ସଂଗ୍ରହ କରିଥିବା ଗାଏକ୍ବାଡଙ୍କୁ ମୋହିତ ଶର୍ମା ଆଉଟ୍‌ କରି ଯୋଡ଼ି ଭାଙ୍ଗିଥିଲେ। ଏହାପରଠୁ ସିଏସ୍‌କେ ନିୟମିତ ଅନ୍ତରାଳରେ ୱିକେଟ୍‌ ହରାଇ ଚାଲିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe