ଫିକା ପଡିଲା ଉଦଘାଟନୀ ମ୍ୟାଚ୍ ! ୭୦ ରନରେ ଅଲଆଉଟ୍ ହେଲା ବାଙ୍ଗାଲୋର, ସେପଟେ ୭୧ ରନ ପାଇଁ ୧୭ ଓଭର ସଂଘର୍ଷ କଲା ଚେନ୍ନାଇ ।

210

କନକ ବ୍ୟୁରୋ : ଆଇପିଏଲର ଦ୍ୱାଦଶ ସଂସ୍କରଣର ଉଦଘାଟନୀ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପରକିଙ୍ଗସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଡିଫେଣ୍ଡିଙ୍ଗ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ । ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା ବାଙ୍ଗାଲୋର । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କୁ ଛାଡି ଦେଲେ ଆଉ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ମାତ୍ର ୭୦ ରନରେ ଅଲଆଉଟ୍ ହୋଇଯାଇଥିଲା ଦଳ ।

ସେପଟେ ୭୧ ରନର ବିଜୟଲକ୍ଷ୍ୟ ପାଇ ପଡିଆକୁ ଓହ୍ଲାଇଥିବା ଚେନ୍ନାଇକୁ ମଧ୍ୟ ଲାଗିଥିଲା ପ୍ରାରମ୍ଭିକ ଝଟକା । ଓପନର ବ୍ୟାଟ୍ସମ୍ୟାନ ସେନ୍ ୱାଟସନ୍ କୌଣସି ରନ ନକରି ପାଭିଲିୟନ୍ ଫେରିଯାଇଥିଲେ । ତେବେ ୭୧ ରନ ଟାର୍ଗେଟକୁ ପୂରା କରିବା ପାଇଁ ୧୭ ଓଭର ସଂଘର୍ଷ କରିଥିଲା ଚେନ୍ନାଇ । ଶେଷରେ ବାଙ୍ଗାଲୋରକୁ ଦଳ ୭ ୱିକେଟରେ ପରାସ୍ତ କରିଛି ।