ରାଇଡୁଙ୍କ ରୋମାଞ୍ଚକର ଅର୍ଦ୍ଧଶତକ । ଦିଲ୍ଲୀକୁ ୧୩୭ ରନର ବିଜୟଲକ୍ଷ୍ୟ ଦେଲା ଚେନ୍ନାଇ । 

100

କନକ ବ୍ୟୁରୋ : ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ହାଇଭୋଲଟେଜ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୩୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ।

ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲା ଚେନ୍ନାଇ । ଦିଲ୍ଲୀ ବୋଲରଙ୍କ ଦମଦାର ବୋଲିଂ ଆଗରେ ସେମିତି ଆଖିଦୃଶିଆ ବ୍ୟାଟିଂ ଦେଖିବାକୁ ମିଳିନଥିଲା । ଦଳ ପକ୍ଷରୁ ଅମ୍ବାତି ରାଇଡୁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଦିଲ୍ଲୀ ପକ୍ଷରୁ ଅକ୍ସର ପଟେଲ୍ ଦମଦାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୧୮ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।