ଚେନ୍ନାଇ ଆଗରେ ୧୭୯ ରନର ବିଜୟଲକ୍ଷ୍ୟ ! କିଏ ପିନ୍ଧିବ ଆଇପିଏଲ ୨୦୧୮ର ବିଜୟ ମୁକୁଟ ।

37

ଆଇପିଏଲ ଫାଇନାଲରେ ଚାଲିଛି ବିଗ ଫାଇଟ । ୟୁସୁଫ ପଠାନଙ୍କ ଅପରାଜିତ ୪୫ ରନ୍ ଓ ଅଧିନାୟକ କେନ୍ ଓ୍ଵିଲିୟମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହାଇଦ୍ରାବାଦ୍ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଛି । ଫଳରେ ଚେନ୍ନାଇ ସୁପର କିଙ୍ଗସକୁ ଆଇପିଏଲ୍ ୧୧ ଟାଇଟଲ୍ ବିଜୟ ପାଇଁ ୧୭୯ ରନ୍ ବିଜୟ ଟାର୍ଗେଟ୍ ମିଳିଛି । ଚେନ୍ନାଇ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍ ବୋଲିଂ କରିଥିଲା ।

ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ହାଇଦ୍ରାବାଦ୍ ୧୩ ରନରେ ଶ୍ରୀବତ୍ ଗୋସ୍ୱାମୀଙ୍କୁ ହରାଇଥିଲା । ଦଳୀୟ ସ୍କୋର ୬୪ ରନ୍ ଥିବା ବେଳେ ଶିଖର ଧାଓ୍ଵନ୍ ଆଉଟ୍ ହୋଇଥିଲେ । ଅଧିନାୟକ କେନ୍ ଓ୍ଵିଲିୟମସନ୍ ୩୬ଟି ବଲ୍ ଖେଳି ୪୭ ରନ୍ ସଂଗ୍ରହ କରିବା ପରେ କର୍ଣ୍ଣ ଶର୍ମାଙ୍କ ବଲକୁ ମହେନ୍ଦ୍ର ସିଂହ ଧୋନି ଷ୍ଟମ୍ପିଙ୍ଗ କରିଥିଲେ । ହାଇଦ୍ରାବାଦ୍ ୧୩୩ ରନରେ ୪ର୍ଥ ଓ୍ଵିକେଟରେ ସକିବ ଅଲ ହାସନଙ୍କୁ ହରାଇଥିବାବେଳେ ପଞ୍ଚମ ଓ୍ଵିକେଟରେ ଦୀପକ ହୁଡ଼ା ପାଭଲିଅନ୍ ଫେରିଥିଲେ । ହାଇଦ୍ରାବାଦର ଶିଖର ଧାଓ୍ଵନ୍ ୨୬ ରନ୍, ସକିବ ଅଲ ହାସନ୨୩ ରନ୍ ଓ କାର୍ଲୋସ ବ୍ରେଥେଓ୍ଵଟ୍ ୨୧ ରନ୍ ସଂଗ୍ରହ କରିଥିବା ବେଳେ ଚେନ୍ନାଇର ଲୁଙ୍ଗି ଏନଗିଡି, ଶାର୍ଦ୍ଦୁଲ ଠାକୁର, କର୍ଣ୍ଣ ଶର୍ମା, ଡ୍ୱେନ ବ୍ରାଭୋ ଓ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।