କନକ ବ୍ୟୁରୋ: ଧିରେ ଧିରେ ଚେନ୍ନାଇ ର ଅବସ୍ଥା ସୁଧୁରିବାରେ ଲାଗିଛି । କିନ୍ତୁ ଏବେ ମଧ୍ୟ ଏକାଧିକ ସ୍ଥାନ ଜଳ ମଗ୍ନ ରହିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟା ପ୍ରଭାବିତ ଅଂଚଳକୁ ପହଂଚି ସ୍ତିତି ଅନୁଧ୍ୟାନ କରିବା ସହ ରିଲିଫ ବଂଟନ କରିଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷାର ସଂମ୍ଭାବନା ଥିବା ନେଇ ଆଂଚଳିକ ପାଣିପାଗ ବିଭାଗ ସତର୍କ ସୁଚନା ଜାରୀ କରିଛି ।
ସୁଧୁରୁଛି ଚେନ୍ନାଇ ସ୍ଥିତି । ଧିରେ ଧିରେ ସହରରୁ ନିସ୍କାସିତ ହେଉଛି ବର୍ଷାପାଣି । ହେଲେ ଏବେ ବି ସରିନି ସମସ୍ୟା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟାଚଳ ପରିଦର୍ଶନ କରିଛନ୍ତି । ସ୍ଥିତି ପରଖିବା ସହ ବନ୍ୟା ପ୍ରଭାବିତଙ୍କୁ ରିଲିଫ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ତାମିଲ ନାଡୁରେ ଏବେ ଧିରେ ଧିରେ ସ୍ଥିତି ସମାନ୍ୟ ହେବାକୁ ଲାଗିଛି । ଅନ୍ୟପଟେ କିଛି ସ୍ଥାନ ଏବେ ମଧ୍ୟ ଜଳ ମଗ୍ନ ହୋଇ ରହିଥିବା ଦେଖିବାକୁ ମିଳିଛି । ସେପଟେ ଏଆଇଏ ଡିଏମ କେ ନେତା ଭିକେ ଶଶିକଳା ମଧ୍ୟ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚି ରିଲିଫ ବଂଟନ କରିଛନ୍ତି ।
ପ୍ରବଳ ବର୍ଷା ଓ ବନ୍ୟା ପଣିରେ ତାମିଲନାଡୁ ର ହାଲ ବେହାଲ ହୋଇ ପଡିଛି । ରାଜଧାନୀ ଚେନ୍ନାଇ ସମେତ ଏନେକ ଜିଲ୍ଲାରେ ରାସ୍ତା ଘାଟ, ଘର ଦ୍ୱାର ବିଗତ କିଛି ଦିନ ଧରି ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଥିଲା । ସଡକ ଓ ରେଳ ପଥ ବନ୍ୟା ଜଳରେ ଭରି ରହିଥିଲା । ଫଳରେ ବସ, ଟ୍ରେନ, ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ଏବେ କିନ୍ତୁ ସ୍ତିତି ଧିରେ ଧିରେ ସୁଧୁରିବାରେ ଲାଗିଛି ।
- ଲଗାଣ ବର୍ଷା ପାଇଁ ଚେନ୍ନାଇ ୫୩୪ ଟି ସ୍ଥାନ ହୋଇଥିଲା ଜଳବନ୍ଦି
- ରାଜଧାନୀରୁ ବନ୍ୟାଜଳ ନିଷ୍କାସନ ପାଇ ୬୨୦ ଟି ମୋଟର ପମ୍ପ ନିୟୋଜିତ ହୋଇଛି
- ଶନିବାର ସୁଦ୍ଧା କେବଳ ୨୦୪ ଟି ସ୍ଥାନରୁ ଜଳ ନିଷ୍କାସିତ ହୋଇଛି
ସେପଟେ ଆଗକୁ ପ୍ରବଳ ବର୍ଷାର ପୂର୍ବାନୁମାନ କରି ସତର୍କ ସୁଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/27-14.jpg)