କନକ ବ୍ୟୁରୋ : ଏପଟେ ପରିବାର ଲୋକ ମନ୍ଦିରରେ ପୂଜାପାଠ କରିବାରେ ବ୍ୟସ୍ତ ତ ସେପଟେ ସେମାନଙ୍କ ସହ ମନ୍ଦିର ଆସିଥିବା ୫ଜଣ ପିଲା ମନ୍ଦିର ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ଏଭଳି କିଛି ହୃଦୟ ବିଦାରକ ଘଟଣା ଘଟିଛି ଚେନ୍ନାଇରେ । ଏଠାରେ ଥିବା ଧର୍ମଲିଙ୍ଗେଶ୍ୱର ମନ୍ଦିର ପୋଖରୀରେ ବୁଡି ୫ଜଣ ପିଲା ମୃତ୍ୟୁବରଣ କରିଛନ୍ତି ।

Advertisment

ଗଣମାଧ୍ୟମର ରିପୋର୍ଟ ମୁତାବକ ଧର୍ମଲିଙ୍ଗେଶ୍ୱର ମନ୍ଦିର ଭିତରେ ପୂଜାପାଠ ଚାଲୁଥିବା ବେଳେ ସେପଟେ ମନ୍ଦିର ପୋଖରୀରେ ବୁଡି ଯାଇଥିଲେ ୫ଜଣ ଛୋଟ ପିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ପୋଖରୀରୁ ୫ପିଲାଙ୍କ ମୃତଦେହ ଉଦ୍ଧାର କରିଛି । ପୋଲିସର ସୂଚନା ମୁତାବକ ପୋଖରୀ ନିକଟରେ ୫ଜଣ ପିଲା ଖେଳୁଥିବା ବେଳେ ଜଣେ ପାଣିରେ ବୁଡି ଯାଇଥିଲା । ଏହି ପିଲାକୁ ଉଦ୍ଧାର କରିବାକୁ ଅନ୍ୟ ୪ଜଣ ପିଲା ପୋଖରୀ ଭିତରକୁ ପଶି ଯାଇଥିଲେ । ହେଲେ ସମସ୍ତ ପିଲା ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ଶବ ଉଦ୍ଧାର ପରେ ଏହାର ପୋଷ୍ଟମର୍ଟମ୍ ପାଇଁ ପଠାଇ ଦିଆଯାଇଛି ।

ସେପେଟ ଏଭଳି ଘଟଣା କିଭଳି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ପୋଲିସ ଯାଂଚ ଆରମ୍ଭ କରିଛି । ଅନ୍ୟପଟେ ଏଭଳି ଘଟଣା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।