ବାଙ୍ଗାଲୋରକୁ ୬ ୱିକେଟରେ ମାତ ଦେଇ ପଏଣ୍ଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପରକିଙ୍ଗସ ।

ବାଙ୍ଗାଲୋରକୁ ୬ ୱିକେଟରେ ମାତ ଦେଇ ପଏଣ୍ଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପରକିଙ୍ଗସ ।

image courtesy - PassionX

ଆଇପିଏଲର ୩୫ ତମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଚେନ୍ନାଇ ସୁପରକିଙ୍ଗସ । ଚେନ୍ନାଇ ସୁପର କିଙ୍ଗସ୍ ୬ ଓ୍ଵିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ୧୨୮ ରନ୍ ଟାର୍ଗେଟ ନେଇ ୨ୟ ଇନିଂସରେ ବ୍ୟାଟିଂ କରି ଚେନ୍ନାଇ ୧୮ ଓଭରରେ ୪ଟି ଓ୍ଵିକେଟ୍ ହରାଇ ଏହି ରନ୍ ପୂରା କରିଛି। ସେନ୍ ଓ୍ଵାଟସନ୍ ୧୧ ରନ୍, ଅମ୍ବାତି ରାୟଡୁ ୩୨ ରନ୍, ସୁରେଶ ରୈନା ୨୫ ରନ୍, ଧ୍ରୁବ ସୁରୀ ୮ ରନ୍, ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୩୧ ରନ୍ ଓ ଡ୍ୱେନ ବ୍ରାଭୋ ଅପରାଜିତ ୧୪ ରନ୍ ସଂଗ୍ରହ କରିଛନ୍ତି। ଚେନ୍ନାଇ ୧୮ ରନରେ ଓ୍ଵାଟସନଙ୍କୁ ହରାଇଥିବା ବେଳେ ୬୨ ରନରେ ରୈନା ଆଉଟ୍ ହୋଇଥିଲେ। ସେହିଭଳି ୭୮ ରନରେ ବାଙ୍ଗାଲୋରର ୩ୟ ଶିକାର ଅମ୍ବାତି ରାୟଡୁ ଓ ୮୦ ରନରେ ଧ୍ରୁବ ଆଉଟ୍ ହୋଇଥିଲେ।

ପ୍ରଥମ ଇନିଂସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶନିବାର ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୧୨୮ରନ୍ ଟାର୍ଗେଟ ଦେଇଥିଲା। ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର ୯ଟି ଓ୍ଵିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଛି। ବାଙ୍ଗାଲୋର ଟିମର ଓପନର ପାର୍ଥିବ ପଟେଲ(୫୩) ଓ ଟିମ ସାଉଦୀ(୩୬)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ପଡ଼ିଆରେ ଅଧିକ ସମୟ ରହି ପାରି ନଥିଲେ।

ନିଜ ପ୍ରଭାବୀ ପ୍ରଦର୍ଶନ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି । ତେବେ ଏହି ରୋମାଞ୍ଚକର ବିଜୟ ସହ ଚେନ୍ନାଇ ସୁପରକିଙ୍ଗସ ଏବେ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe