ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ ଓଡିଶା କନକ୍ଲେଭ । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ ସହ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

42

କନକ ବ୍ୟୁରୋ : ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ମେକ୍ ଇନ୍ ଓଡିଶା କନକ୍ଲେଭ କରିଛନ୍ତି ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ କନକ୍ଲେଭରେ ସାମିଲ ହୋଇଛନ୍ତି । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଠ କରିବା ଏହି କନକ୍ଲେଭର ମୁଖ୍ୟ ଲକ୍ଷ୍ୟ । ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଚେନାଇରେ ବିଭିନ୍ନ ଉଦ୍ୟୋଗପତିଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଚେନାଇରେ ବିଭିନ୍ନ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଠ କରିବା ଏହି କନକ୍ଲେଭର ମୁଖ୍ୟ ଲକ୍ଷ୍ୟ ।

 

naveenସେପଟେ ନବନିର୍ମିତ ଓଡିଶା ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦଘାଟନ କରିଛନ୍ତି । ଗତକାଲି ଚେନ୍ନାଇରେ ଓଡିଆ ଭବନର ଉଦଘାଟନ କରିବା ସହ ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ୨୨ କୋଟି ଟଙ୍କା ବ୍ୟୟରେ ଏହି ଭବନ ନିର୍ମାଣ ହୋଇଛି। ଛଅ ମହଲା ବିଶିଷ୍ଟ ଏହି ଭବନରେ ୨୧ଟି ରୁମ୍ ଓ ଗୋଟିଏ ସମ୍ମିଳନୀ କକ୍ଷ ରହିଛି। ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହା ମେ’ ୧୧ ତାରିଖରେ ଏହାର ଶିଳାନ୍ୟାସ କରିଥିଲେ। ଓଡ଼ିଶା ବାହାରେ ରାଜ୍ୟ ସରକାରଙ୍କର ଏହା ଷଷ୍ଠ ଅତିଥି ଭବନ। ପୂର୍ବରୁ ନୂଆଦିଲ୍ଲୀରେ ତିନିଟି, ମୁମ୍ବାଇ ଓ କୋଲକତାରେ ଗୋଟିଏ ଲେଖାଏଁ ଅତିଥି ଭବନ ରହିଛି।