ଘର ଆଗରେ ମାଟି ଦବିଗଲା ବୋଲି, କେମିକାଲ ଆଟାକ କଲେ ସହକାରୀ ପ୍ରଫେସର ।

42

କନକ ବ୍ୟୁରୋ : ସହକାରୀ ପ୍ରଫେସରଙ୍କ କେମିକାଲ ଆଟାକ୍ । ଯାହାକୁ ନେଇ ରାଜଧାନୀରେ ଜୋର ଧରିଛି ଚର୍ଚ୍ଚା । ସାମାନ୍ୟ ବଚସାକୁ ନେଇ ଜଣେ ମିନିଟ୍ରକ୍ ଡ୍ରାଇଭର ଓ ଅନ୍ୟ ବ୍ୟକ୍ତିଙ୍କ ଉପରେ ବିଷାକ୍ତ କେମିକାଲ୍ ସ୍ପ୍ରେ କରିଛନ୍ତି ଜଣେ ସହକାରୀ ପ୍ରଫେସର । ଅଭିଯୁକ୍ତ କୌଶିକ ମହାନ୍ତି, ଭୁବନେଶ୍ୱର ନିକଟସ୍ଥ ଏକ ଘରୋଇ ଇଂଜିନିୟରିଂ କଲେଜରେ ଇଲୋକଟ୍ରୋନିକ୍ସ ବିଭାଗର ସହକାରୀ ପ୍ରଫେସର ଅଛନ୍ତି ।

ଆଜି ଅପରାହ୍ଣରେ ମଂଚେଶ୍ୱର ନିକଟ ସତ୍ୟବିହାର ନିକଟରେ ଗୋଟିଏ ମିନିଟ୍ରକ୍ ସହକାରୀ ପ୍ରଫେସରଙ୍କ ଘର ଆଗରେ ମାଟି ଦବି ଯାଇଥିଲା । ତାହାକୁ କ୍ରେନ୍ ଆଣି ଉଠାଇବା ବେଳେ ସେଠାରେ ଗଭୀର ଗାତ ହୋଇଯାଇଥିଲା । ତୁରନ୍ତ ସେହି ଗାତ ପୋତିବାକୁ ପ୍ରଫେସର ଦାବି କରିଥିଲେ ଓ ଏ ନେଇ ଗାଡ଼ିର ମାଲିକ-ଦଣ୍ଡଧର ବେହେରା ଓ ଡ୍ରାଇଭରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏତିକିବେଳେ ଉତ୍କ୍ଷିପ୍ତ ହୋଇ ପ୍ରଫେସର ମହାନ୍ତି ଏକ ବିଷାକ୍ତ ପ୍ରୋଟେକ୍ଟିଭ୍୍ କେମିକାଲ ଆଣି ଗାଡ଼ିର ମାଲିକ, ଡ୍ରାଇଭର ଓ ଅନ୍ୟ ଜଣେ ଶ୍ରମିକ ଉପରେ ସ୍ପ୍ରେ କରିଦେଇଥିଲେ । ଫଳରେ ସେମାନଙ୍କ ଆଖି ଓ ଦେହରେ ପ୍ରବଳ ଜ୍ଜଳନ ସୃଷ୍ଟି ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣକୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ମଂଚେଶ୍ୱର ପୋଲିସ୍ ଅଭିଯୁକ୍ତ ସହକାରୀ ପ୍ରଫେସର କୌଶିକ ମହାନ୍ତିଙ୍କୁ ଗିରଫ କରିଥିଲା ।