କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ ଲାଗିଛି । ଶୁକ୍ରବାର ସକାଳେ ପାର୍କ ଭିତରୁ ସୁରଜ ନାମକ ଏକ ଚିତାର ମୃତ୍ୟୁଦେହ ଉଦ୍ଧାର ହୋଇଛି  । ବାଘଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀମାନେ ପାର୍କ ଭିତରୁ ଚିତାର ମୃତଦେହ ଉଦ୍ଧାର କରିଛନ୍ତି ।

Advertisment

ସୂଚନା ଥାଉକି ୩ ଦିନ ପୂର୍ବରୁ ମଧ୍ୟ ତେଜସ୍ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ ତେଜସର ପୋଷ୍ଟମର୍ଟମ୍ ରିପୋର୍ଟ ଆସିନାହିଁ । ସାଧାରଣ ଭାବେ ୫ବର୍ଷର ଚିତାର ଓଜନ ୫୦ କିଲୋ ରହୁଥିବା ବେଳେ ତେଜସର ଓଜନ ୪୩ କିଲୋ ଥିଲା ।

କହିରଖୁ କି ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ନାମ୍ବିଆରୁ ଆସିଥିବା ୮ଟି ଚିତାଙ୍କୁ ଜଙ୍ଗଲରେ ଛାଡିଥିଲେ । ନାମ୍ବିଆରୁ ୮ଟି ଓ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା । ଏହାପରେ ଗୋଟିଏ ଚିତା ୩ ସନ୍ତାନ ମଧ୍ୟ ଜନ୍ମ କରିଥିଲା । ହେଲେ ୩ଟି ଯାକ ଶାବକଙ୍କର ମୃତ୍ୟୁ ହୋଇଯାଇଛି । ଏହାସହ ୫ଟି ବଡ ଚିତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । କୁନୋ ନ୍ୟାସନାଲ ପାର୍କରେ ଏବେ ମାତ୍ର ୧୫ ଟି ଚିତା ଜୀବିତ ଅଛନ୍ତି