କନକ ବ୍ୟୁରୋ : ସାରା ବିଶ୍ୱରେ ଯେତେ ପ୍ରଜାତିର ବାଘ ଅଛନ୍ତି ସେମାନଙ୍କ ମଧ୍ୟରୁ ଚିତା ସବୁଠାରୁ ଅଧିକ ବେଗରେ ଦୌଡିପାରେ । କୁହାଯାଏ କି ଚିତା ବାଘ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଦୌଡିପାରେ । ଅର୍ଥାତ କୌଣସି ସ୍ପୋର୍ଟସ କାର ଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ଚିତାବାଘ ଦୌଡିବାରେ ସକ୍ଷମ ହୋଇଥାଏ ।

Advertisment

ସେପଟେ ଭାରତୀୟ ଜଙ୍ଗଲରୁ ଚିତାବାଘ ବିଲୁପ୍ତ ହେବାର ପ୍ରାୟ ୩ ଦଶନ୍ଧି ବିତିଗଲାଣି । ହେଲେ ଏବେ ପୁଣି ଭାରତୀୟ ଜଙ୍ଗଲକୁ ଫେରୁଛି ଏହି ପ୍ରଜାତିର ବାଘ । ଏନେଇ ଭାରତ ସରକାର ଓ ନାମ୍ବିଆ ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଚୁକ୍ତି ମୁତାବକ ନାମ୍ବିଆ ସରକାର ଭାରତକୁ ୮ ଟି ଚିତାବାଘ ଦେବ । ଏହି ୮ ଟି ଚିତାବାଘ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଭାରତ ଆସିବ । ଏହାକୁ ମଧ୍ୟ ପ୍ରଦେଶର କୁନୋ-ପାଲପୁର ନ୍ୟାସନାଲ ପାର୍କରେ ରଖାଯିବା ନେଇ ସ୍ଥିର ହୋଇଛି ।

କୁହାଯାଏ କି ଚିତାବାଘ ପ୍ରଥମେ ଆମେରିକାର ପ୍ୟୁମା ଠାରେ ଦେଖିବାକୁ ମିଳିଥିଲା । ସେପଟେ ଜିଓଗ୍ରାଫିକ ସର୍ଭେ ରିପୋର୍ଟ ମୁତାବକ ଚିତାବାଘ ଭାରତରେ ଦୁଇଥର ବିଲୁପ୍ତ ହୋଇଯାଇଛି । ପ୍ରଥମ ଥର ୧ ଲକ୍ଷ ବର୍ଷ ପୂର୍ବେ ଏସିଆ,ୟୁରୋପ ଓ ଆଫ୍ରିକାରେ ପ୍ରବଳ ମାତ୍ରାରେ ଚିତାବାଘ ବଂଶ ବିସ୍ତାର କରିଥିଲା । ହେଲେ ସେମାନେ ନିଜ ସଂପର୍କ ଭିତରେ ସମ୍ଭୋଗ କରିବା କାରଣରୁ ଜୀନରେ ପରିବର୍ତ୍ତନ ହୋଇ ଏହି ପ୍ରଜାତି ବିଲୁପ୍ତ ଅବସ୍ଥାକୁ ଆସିଯାଇଥିଲା ।

ଏହାପରେ ୧୦-୧୨ ହଜାର ବର୍ଷ ପୂର୍ବେ ଶେଷ ହିମଯୁଗ କାରଣରୁ ଆଫ୍ରିକା ଓ ୟୁରୋପରେ ଏହି ପ୍ରଜାପ୍ତି ଶେଷ ହୋଇଯାଇଥିଲା । ଶେଷରେ କିଛି ଚିତାବାଘ ଆମେରିକା ଓ ୟୁରୋପର କିଛି ଚିତାବାଘ ବଞ୍ଚିଥିଲେ । ପରିବେଶ ପରିବର୍ତ୍ତନ ଓ ଶିକାର କାରଣରୁ ତାହା ବି ଦିନକୁ ଦିନ ଶେଷ ହେବାକୁ ଲାଗିଥିଲେ । ଶେଷରେ ୭୩ ବର୍ଷ ପୂବେ ଭାରତୀୟ ଜଙ୍ଗଲରେ ମାତ୍ର ୩ ଟି ଚିତାବାଘ ଥିବା ବେଳେ ସେମାନଙ୍କୁ ରାଜା ମହାରାଜାମାନେ ଶିକାର କରିନେଇଥିଲେ ।