ଭୁଟାନରେ ଆଜି ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ସେନାର ଜଣେ ପାଇଲଟ ଓ ରୟାଲ ଭୁଟାନ ଆର୍ମିର ଜଣେ ଅଫିସର ନିହତ ହୋଇଥିବା ଖବର ମିଳିଛି । ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ୍ ଅମଲ୍ ଆନନ୍ଦ କହିଛନ୍ତି କି ଦିନ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଅରୁଣାଚଳ ପ୍ରଦେଶର ଖିମୁ ଠାରୁ ୟୋଙ୍ଗଫୁଲା ଯାଉଥିବା ସମୟରେ ହେଲିକପ୍ଟରର ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା। ବର୍ତ୍ତମାନ ସେନା ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ସନ୍ଧାନ ଲାଗି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ସ୍ଥାନୀୟ ସୂଚନା ଅନୁସାରେ, ଏହି ହେଲିକପ୍ଟର ପୂର୍ବ ଭୁଟାନର ତାସିଗାଙ୍ଗ ଜିଲ୍ଲାର ୟୋଙ୍ଗଫୁଲା ଏୟାରଷ୍ଟ୍ରିପକୁ ଯାଉଥିବାବେଳେ ଖେଣ୍ଟୋଗମନି ଅଞ୍ଚଳରେ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ହିମାଳୟ ପାର୍ବତ୍ୟ ଅଞ୍ଚଳରେ ପାଗ ଖରାପ ଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିବାରୁ ଭଲ ଭାବେ ଦେଖି ହେଉ ନଥିଲା । ଏଥିଯୋଗୁଁ ହେଲିକପ୍ଟର ପାହାଡରେ ପିଟିହୋଇଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।
ଦୁଇଦିନ ତଳେ ଭାରତୀୟ ବାୟୁସେନାର ଏକ ମିଗ ୨୧ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ଓ ସେନାର ମୋଟ ୧୨ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ମୋଟ ୨୦ ଜଣ ପ୍ରାଣ ହରାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/chopper2-750x430.jpg)