କାୟା ମେଲାଉଛି କରୋନା, ଆକ୍ସନ ମୋଡରେ ବିଏମସି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ କଡାକଡି ଯାଞ୍ଚ, ବିଦେଶ ଫେରନ୍ତାଙ୍କ ଉପରେ ରହିଛି ନଜର ।

168

କନକ ବ୍ୟୁରୋ : ଗୋଟିଏ ପରେ ରାଜ୍ୟରେ କରୋନା କାୟା ମେଲାଉଥିବା ବେଳେ ଅନ୍ୟପଟେ ଆକ୍ସନ ମୋଡକୁ ଆସିଛି ବିଏମସି । ରାଜ୍ୟରେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦରରେ କରୋନା କଟକଣା କଡ଼ାକଡ଼ି ହୋଇଛି । ବିଏମସି ପକ୍ଷରୁ ଏକ ଟିମ୍ କଡ଼ାକଡ଼ି ଭାବେ ଯାଂଚ କରୁଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କର ସ୍କ୍ରିନିଂ କରାଯାଉଛି । କିଛି ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କର ଆଂଟିଜେନ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି । ଏପରିକି କରୋନା ଲକ୍ଷଣ ଦେଖାଦେଲେ ସେମାନଙ୍କୁ କୋଭିଡ଼ ମେଡିକାଲ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ଏହାପୂର୍ବରୁ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ଶହ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୫ ଜଣ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୪୯ ରହିଛି । ଦୈନିକ ସଂକ୍ରମଣରେ ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ନୂଆପଡାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ ଅନୁଗୁଳ ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭୨ଜଣ,ବରଗଡ଼ରୁ ୮୭ଜଣ, ଭଦ୍ରକରୁ ୩୦ଜଣ, ବଲାଙ୍ଗୀରରୁ ୯୧ଜଣ, ବୌଦ୍ଧରୁ ୪ଜଣ, କଟକରୁ ୫୯ଜଣ, ଦେଓଗଡ଼ରୁ ୧୨ଜଣ, ଢ଼େଙ୍କାନାଳରୁ ୨ଜଣ, ଗଜପତିରୁ ୧୬ଜଣ, ଗଞ୍ଜାମରୁ ୮୦ଜଣ ଚିହ୍ନଟ ।

ସେହିଭଳି ଜଗତସିଂହପୁରରୁ ୭ଜଣ, ଯାଜପୁରରୁ ୩୩ଜଣ, ଝାରସୁଗୁଡ଼ାରୁ ୧୦ଜଣ, କଳାହାଣ୍ଡିରୁ ୬୮ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, କେନ୍ଦୁଝରରୁ ୫୪ଜଣ, ଖୋର୍ଦ୍ଧାରୁ ୨୦୧ଜଣ, କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୭ଜଣ, ନବରଙ୍ଗପୁରରୁ ୬୭ଜଣ, ନୟାଗଡ଼ରୁ ୧୪ଜଣ, ନୂଆପଡ଼ାରୁ ୩୦୩ଜଣ, ପୁରୀରୁ ୫୩ଜଣ, ରାୟଗଡ଼ାରୁ ୨୫ଜଣ, ସମ୍ବଲପୁରରୁ ୧୧୪ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୨୪୧ଜଣ ଏବଂ ଷ୍ଟେଟ ପୁଲରୁ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।