ରେଳଯାତ୍ରୀଙ୍କ ପାଇଁ ସତର୍କ ଘଂଟି : ଆସନ୍ତକାଲି ଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଂଚ

ଭୁବନେଶ୍ୱର ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥ ହେଲା ପରିବର୍ତ୍ତନ; କୋଭିଡ଼ କାରଣରୁ କଟକଣା ଜୋରଦାର

719

କନକ ବ୍ୟୁରୋ : କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ ହେବ ବୋଲି ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଚେକିଂ କରାଯିବ। ଏଥିପାଇଁ ବିଏମସି ଏବଂ ଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳାଯାଇଛି। ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ, ସେମାନେ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁମାନେ ଷ୍ଟେସନ ଭିତରୁ ପ୍ରସ୍ଥାନ କରିବେ ସେମାନେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି ।