ରେଳଯାତ୍ରୀଙ୍କ ପାଇଁ ସତର୍କ ଘଂଟି : ଆଜିଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଂଚ

247

କନକ ବ୍ୟୁରୋ : କରୋନା କଟକଣା ପାଇଁ ଆଜି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହୋଇଛି କଡ଼ାକଡ଼ି ଚେକିଂ । ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଚେକିଂ କରାଯାଉଛି । ଆରଟିପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଯାତ୍ରୀମାନେ ଆଣିବା ଆବଶ୍ୟକ । ରେଳ ଷ୍ଟେସନରେ ବିଏମସିର ସ୍ୱତନ୍ତ୍ର ଟିମ୍ ସ୍କ୍ରିନଂ କରୁଛନ୍ତି ।

ଯେଉଁମାନଙ୍କ ଶରୀରର ତାପମାତ୍ରା ଅଧିକ ଥିବ ସେମାନଙ୍କର ଆଂଟିଜେନ ପରୀକ୍ଷା କରାଯିବ । ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ମଧ୍ୟ ବଦଳା ଯାଇଛି । ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ ସେମାନେ ମାଷ୍ଟରକ୍ୟାଂଟିନ ବସଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁମାନେ ଷ୍ଟେସନ ଭିତରୁ ପ୍ରସ୍ଥାନ କରିବେ ସେମାନେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି ।