କନକ ବ୍ୟୁରୋ: ରାଜଧାନୀରେ ସିରିଏଲ ଆଟାକ୍ ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଗତ ଦୁଇ ଦିନ ଧରି ସାରା ରାତି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଛି ଚେକିଂ ଓ ବ୍ଲକିଂ । ସହର ଭିତରକୁ ଆସୁଥିବା କିମ୍ବା ସହରରୁୁ ଯାଉଥିବା ସମସ୍ତ ଗାଡି ଉପରେ ପୋଲିସ ରଖିଛି କଡା ନଜର । ରାଜଧାନୀରେ ଲୁଟେରାଙ୍କ ସିରିଜ୍ ଆତଙ୍କରାଜ୍ ପରେ ଏବେ ତତ୍ପର ହୋଇଉଠିଛି ।

Advertisment

publive-image

କହିବାକୁ ଗଲେ ଗତ ୩ ମାସରେ ପ୍ରାୟ ୩ ଶହ ଅପରାଧ ଘଟିିସାରିଲାଣି ରାଜଧାନୀ । ଦୁଇ ଦିନ ତଳେ ଗୋଟିଏ ରାତିରେ ତିନି ତିନିଟି ସ୍ଥାନରେ ଲୁଟ୍ ଏବଂ ସହର ମଝିରେ ବ୍ୟବସାୟୀଙ୍କୁ ଆକ୍ରମଣ, ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ବଡଗଡ, ଏୟାରପୋର୍ଟ, ରସୁଲଗଡ, ପରି ବିଭିନ୍ନ ସ୍ଥାନରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛି କମିଶନରେଟ୍ ପୋଲିସ । ସିରିଜ୍ ଅପରାଧ, ଲୁଟ୍ ପାଟ ଚଳାଉଥିବା ଅପରାଧୀଙ୍କୁ ଧରିବାକୁ ଏବେ ସବୁ ବଳ ଖଟେଇ ଦେଇଛି କମିଶନରେଟ୍ ପୋଲିସ ।