ସ୍ୱୟଂଶାସିତ କଲେଜରେ ଆପଣଙ୍କ ପିଲା ପଢୁଛନ୍ତି କି? ଯାଞ୍ଚ କରିନିଅନ୍ତୁ କଲେଜର ଅଛି ତ ‘ନାକ୍’ ମାନ୍ୟତା

95

କନକ ବ୍ୟୁରୋ: ବିଡ଼ମ୍ବନାର ବିଷୟ ହେଉଛି, ରାଜ୍ୟରେ ଚାଲୁଥିବା ଅଧିକାଂଶ ସରକାରୀ ଓ ଅନୁଦାନପ୍ରାପ୍ତ ସ୍ୱଂୟଶାସିତ କଲେଜରେ ନାକ ମାନ୍ୟତା ନାହିଁ । ଆପଣଜାଣି ଆଶ୍ଚର୍ଯ୍ୟ ହେବେ, ୧୫ ସରକାରୀ ଏବଂ ୧୭ ଅନୁଦାନପ୍ରାପ୍ତ କଲେଜକୁ ମିଶାଇ ୩୨ ସ୍ୱୟଂଶାସିତ କଲେଜ ମଧ୍ୟରୁ ୩୦ କଲେଜର ନାହିଁ ‘ନାକ୍’ ମାନ୍ୟତା । ସମୟ ଗଡ଼ିଗଲା ପରେ ବି ଏହି କଲେଜଗୁଡିକ ମାନ୍ୟତାର ନବୀକରଣ କରିନାହାନ୍ତି । ୧୫ ସରକାରୀ ସ୍ୱୟଂଶାସିତ କଲେଜ ମଧ୍ୟରୁ ୧୪ କଲେଜର ‘ନାକ୍’ ମାନ୍ୟତା ହରାଇଛନ୍ତି । ସେହିପରି ୧୭ ଅନୁଦାନପ୍ରାପ୍ତ କଲେଜ ମଧ୍ୟରୁ ୧୩ କଲେଜ ସ୍ୱୟଂଶାସିତ ମାନ୍ୟତା ହରାଇଛନ୍ତି । ସବୁଠୁ ବଡ଼ କଥା ହେଲା ‘ନାକ୍’ ମାନ୍ୟତା ଲାଗି କୌଣସି ଅନୁଦାନପ୍ରାପ୍ତ କଲେଜର ଯୋଗ୍ୟତା ନାହିଁ ।

ରାଜ୍ୟର ସବୁଠୁୁ ନାମୀ ବିଜେବି କଲେଜ ମଧ୍ୟ ‘ନାକ୍’ ମାନ୍ୟତାର ନବୀକରଣ କରିନାହିଁ । ଖୁବଶୀଘ୍ର ବାର୍ଷିକ ଗୁଣବତା ବା ଏକ୍ୟୁଏଆର ରିପୋର୍ଟ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି କଲେଜର ଅଧ୍ୟକ୍ଷ । ଶୈଳବାଳା ମହିଳା ମହାବିଦ୍ୟାଳୟର ‘ନାକ୍’ ମାନ୍ୟତା ନଥିବାବେଳେ ଖୁବଶୀଘ୍ର ଷ୍ଟାଟସ ରିପୋର୍ଟ ଦିଆଯିବ ବୋଲି କୁହାଯାଇଛି । ଖୋର୍ଦ୍ଧା ପି.ଏନ. ଅଟୋନୋମସ କଲେଜ ମଧ୍ୟ ‘ନାକ୍’ ମାନ୍ୟତା ନବୀକରଣ କରିନାହିଁ । ଏହି ତାଲିକାରେ ରାଜ୍ୟର ବଡ଼ ବଡ଼ କଲେଜ ସ୍ଥାନ ପାଇଛି ।

ଏବେ ନଜର ପକାଇବା ‘ନାକ୍’ ମାନ୍ୟତା କ’ଣ?
ମାନ୍ୟତା ପାଇବା ପାଇଁ କଲେଜକୁ ପାଞ୍ଚବର୍ଷର ବାର୍ଷିକ ଗୁଣବତ୍ତା ବା ଏକ୍ୟୁଏଆର ରିପୋର୍ଟ ଦାଖଲ କରିବାକୁ ପଡିଥାଏ

ପାଠ୍ୟକ୍ରମ ଦିଗ, ଶିକ୍ଷାଦାନ, ଶିକ୍ଷା, ନବସୃଜନ, ଗବେଷଣା, ଭିତ୍ତିଭୂମି, କଲେଜର ବିଶେଷତ୍ୱ, ଇ-ଗଭର୍ଣ୍ଣାନ୍ସ, ଛାତ୍ର/ଛାତ୍ରୀଙ୍କ ପାଇଁ ସହାୟତା ବ୍ୟବସ୍ଥା ଆଦିର ବିବରଣୀ ଦେବାକୁ ପଡିଥାଏ

ଅନ୍ଲାଇନ୍ ଅପଲୋଡ୍ ହୋଇଥିବା ଡାଟାରୁ ୭୦ ପ୍ରତିଶତ ମୂଲ୍ୟାୟନ କରାଯାଏ
‘ନାକ୍’ ଟିମ୍ ସଂପୃକ୍ତ କଲେଜ ପରିଦର୍ଶନ କରି ୩୦ ପ୍ରତିଶତ ମୂଲ୍ୟାୟନ କରିଥାଏ

‘ନାକ୍’ ମାନ୍ୟତାରେ ଗ୍ରେଡ ‘ଏ’ ବା ୩.୦୧ ସିଜିପିଏ ପାଇବା ପରେ ହିଁ ସ୍ୱଂୟଶାସିତ ଷ୍ଟାଟସ୍ ମିଳିଥାଏ

ଏବେ ପ୍ରଶ୍ନ ଉଠୁଛି, ‘ନାକ୍’ ମାନ୍ୟତାର ନବୀକରଣ ପାଇଁ କାହିଁକି ଆଗ୍ରହ ଦେଖାଉନାହାନ୍ତି କଲେଜ?

ଶିକ୍ଷାର ମାନ ‘ନାକ୍’ ମାପଦଣ୍ଡ ଅନୁରୂପ ହେଉନାହିଁ କି?
ଯେଉଁ ଲକ୍ଷ୍ୟ ନେଇ ସ୍ୱୟଂଶାସିତ କଲେଜରେ ପିଲା ପଢୁଛନ୍ତି, ଭବିଷ୍ୟତରେ ସେମାନେ ଅସୁବିଧାରେ ସମ୍ମୁଖୀନ ହେବେନି ତ?