କନକ ବ୍ୟୁରୋ: ମାତିଲେ ସାଇବର ଠକ । ବିଡିଓ ପରିଚୟ ଦେଇ ଅଧ୍ୟାପକଙ୍କୁ ଲୁଟ୍ । ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ଓଡଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଅଧ୍ୟାପକ ସାଇବର ଲୁଟର ଶିକାର ହୋଇଛନ୍ତି । କଲେଜର ମାସ୍କ ବାବଦକୁ ଟଙ୍କା ଆସିଛି କହି ୨ ଅଧ୍ୟାପକଙ୍କଟାରୁ ୪୦ ହଜାର ଟଙ୍କା ଲେଖାଏଁ ଚୁନ ମାରିଲା ସାଇବର ଲୁଟେରା । ସରକାରଙ୍କ ତରଫରୁ କଲେଜକୁ ମାସ୍କ ବାବଦକୁ ଟଙ୍କା ଆସିଛି ବୋଲି ଏକ ଅଜଣା ନମ୍ବରୁ କଲ୍ ଆସିଥିଲା । ୟୋନୋ ପେ’ ନମ୍ବର ଦେଲେ ଟଙ୍କା ଛଡାହେବ ବୋଲି କହିଥିଲା ଠକ । ଆକାଉଣ୍ଟ ଡିଟେଲସ୍ ଦେବା ପରେ ଦୁଇ ଅଧ୍ୟାପକଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟି ଯାଇଥିବା ମେଜେସ୍ ଆସିଥିଲା । ଏନେଇ ସାଇବର ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ଲୁଟର ଶିକାର ହୋଇଥିବା ଅଧ୍ୟାପକ ।
ବିଡିଓ ପରିଚୟ ଦେଇ ଅଧ୍ୟାପକଙ୍କୁ ଠକେଇ । ରାଜଧାନୀ ଉପକଣ୍ଠରେ ୨ ଅଧ୍ୟାପକ ୪୦ ହଜାର ଟଙ୍କା ଠକେଇର ଶିକାର ।
/kanak/media/post_attachments/wp-content/uploads/2024/06/Screen-Shot-2024-06-29-at-5.41.33-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)