ବ୍ରତଘର ହେବ କହି ବାହା ହୋଇଗଲା ପ୍ରତାରକ ପ୍ରେମିକ। ଘର ଆଗରେ ପହଞ୍ଚିଗଲେ ପ୍ରେମିକା, ଯୁବତୀଙ୍କୁ ଦେଖି ଘର ଛାଡି ଫେରାର ବିବାହିତ ଯୁବକ

1,461

କନକ ବ୍ୟୁରୋ: ବ୍ରତଘର ହେବ ବୋଲି କହି ବାହା ହୋଇଗଲେ ପ୍ରେମିକ, ଧାରଣାରେ ବସିଲେ ପ୍ରେମିକା । ବିବାହିତ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ହିନ୍ଦୁ ରିତିନୀତିରେ ପ୍ରେମିକର ବାହାଘର ଶେଷ ହୋଇଛି । ରାତିରେ ବାହାଘର ସରିଥିବା ବେଳେ ସକାଳେ ଆସି ବର ଘରେ ହାଜର ପ୍ରେମିକା । ମାଲକାନଗିରି ଜିଲାରୁ ଆସିଛି ବିବାହିତା ବର ପାଇଁ ପ୍ରେମିକା ଧାରଣାର ଖବର । ଧୋକେବାଜ ବରକୁ ପାଇବା ପାଇଁ ଘର ଦାଣ୍ଡରେ ଅଡି ବସିଛି ପ୍ରେମିକା । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାତ୍ରଗୁଡା ଗାଁରୁ ଆସିଛି ଏପରି ଚିତ୍ର । ପ୍ରେମିକାକୁ ଦେଖି ଘରୁ ଉଭାନ ହୋଇଯାଇଛି ବର ।

ପରିବାର ଲୋକଙ୍କୁ ନେଇ ବରର ଘର ସାମ୍ନାରେ ବସି ନ୍ୟାୟ ମାଗିଛି ପ୍ରେମିକା ରତ୍ନା ପେଦା । ଗତ କିଛି ଦିନ ତଳେ ବରର ମିଛ ପ୍ରତିଶ୍ରୁତି ପାଇ ଚୁପ ବସିଥିଲେ ପ୍ରେମିକା ରତ୍ନା । କିନ୍ତୁ ହଠାତ୍ ବରର ବିବାହ ଆୟୋଜନ ହୋଇଥିଲା । ପାତ୍ରଗୁଡା ଗାଁର ପ୍ରେମିକ ତଥା ବର ମହେନ୍ଦ୍ର ଗୁରୁଙ୍କ ବିବାହ ହୋଇଥିବା ଖବର ଶୁଣି ଏବେ ମହେନ୍ଦ୍ରର ଘର ସାମ୍ନାରେ ନ୍ୟାୟ ଭିକ୍ଷା କରୁଛି ରତ୍ନା । ଏପଟେ ମାଥିଲି ଥାନା ପ୍ରେମିକା ଏତଲା ଦେବା ପରେ ବର ଫେରାର ହୋଇଥିବା ଜଣାପଡିଛି ।