ଭୁବନେଶ୍ୱର : ମୋବାଇଲ୍ ବିମା ପ୍ରଦାନ ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

37

କନକ ବ୍ୟୁରୋ : ମୋବାଇଲ ବିମା ପ୍ରଦାନ ନାଁରେ ଲକ୍ଷାଧିକ ଟଙ୍କାର ଠକେଇ । ମୁମ୍ବାଇର ଆପ୍ସ ଡେଲି ସର୍ଭିସ ପ୍ରୋଭାଇଡର କମ୍ପାନୀ ନାଁରେ ଠକେଇ ଅଭିଯୋଗ ହୋଇଛି । ପ୍ରଥମେ ସହିଦନଗର ଥାନାରେ ଏତଲା ଦେବା ପରେ ଏବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଆପ୍ସ ଡେଲି ବିରୋଧରେ ଅଭିଯୋଗ ଆଣିଲେ ସ୍ପ୍ରିମନ୍ ଟେକନୋଲୋଜି ସର୍ଭିସ୍ ସେଂଟର୍ ମାଲିକ ଗୈାରୀକୁମାରୀ ସାହୁ । ଜଣେ କି ଦୁଇ ଜଣ ନୁହେଁ ବହୁ ଲୋକ ଏହି ଠକେଇରେ ଶିକାର ହୋଇଛନ୍ତି । ସହିଦନଗରରେ ଖୋଲିଥିବା ଆପ୍ସ ଡେଲିର ବିମା ଇନ୍ୟୁସୁରାନ୍ସ ଅଫିସ୍ ଏବଂ ସ୍ପ୍ରିମନ୍ ଟେକ୍ନୋଲୋଜି ସର୍ଭିସ୍ ସେଂଟରକୁ ମିଳିଥିଲା ମୋବାଇଲ ରିପ୍ୟାରିଂର ଦାୟିତ୍ୱ ।

ଫେବୃଆରୀ ମାସରେ ସହିଦନଗରରେ ଖୋଲିଥିଲା ଆପ୍ସ ଡେଲି ଅଫିସ୍ । ସହରର ବିଭିନ୍ନ ମୋବାଇଲ ଷ୍ଟୋରରେ କମ୍ପାନୀ ପକ୍ଷରୁ ଏଜେଂଟମାନେ ନୁଆ ମୋବାଇଲର ବୀମା କରାଇଥାନ୍ତି । କିନ୍ତୁ ମୋବାଇଲ ଦେବାର ମାସେ ବତିଯାଇଥିବା ସୁଦ୍ଧା ଲୋକଙ୍କୁ ତାଙ୍କ ମୋବାଇଲ୍ ମିଳିପାରିନାହିଁ । ଏହାରି ଭିତରେ ବର୍ଷେ ପୁରିବାକୁ ବସିଲାଣି, ସର୍ଭିସ ସେଂଟରର କର୍ମଚାରୀମାନେ କମ୍ପାନୀଙ୍କୁ ଦୋଷ ଦେଉଛନ୍ତି । ତେବେ ଏବେ କମ୍ପାନୀଟି ବନ୍ଦ ହୋଇଯାଇଛି, ଅଫିସରଙ୍କ ଟେର ମିଳୁନାହିଁ । ମିଳିଥିବା ସୂଚନା ଅନୁସାରେ ମାର୍ଚ ୨୦୧୭ରେ କମ୍ପାନୀ ବିନା ନୋଟିସରେ ବନ୍ଦ ହୋଇଯାଇଛି । ଏମାମାଲାରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଯେ, ଯେଉଁ ଅଭିଯୋଗ ଆସୁଛି ତାକୁ ତଦନ୍ତ ପରିସରଭୁକ୍ତ କରାଯାଉଛି ଏବଂ ଆଇନଗତ କାଯ୍ୟାନୁଷ୍ଠାନ ନିଆଯିବ ।