ଗୁଗୁଲ-ପେ ରେ ଅଭିନବ ଉପାୟରେ ଠକେଇ । ଲିଙ୍କ ଖୋଲୁ ଖୋଲୁ ଆକାଉଂଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା । 

717

କନକ ବ୍ୟୁରୋ : ଗୁଗୁଲ ପେ ମାଧ୍ୟମରେ ସାଇବର ଠକର ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରରେ ରାମଚନ୍ଦ୍ର  ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର  କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ । ନା ଦେଖାଇଥିଲା ଗୁୁଗୁଲ ପେ କଷ୍ଟମର କେୟାର । ରାମଚନ୍ଦ୍ର  ଏହି ଫୋନକଲକୁ ବିଶ୍ୱାସକୁ ନେଇଗଲେ ।

ଆଉ ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ୪ହଜାର ଟଙ୍କାର ରିୱାର୍ଡ ପଏଂଟ ମିଳିଛି । ତେବେ ଏଥିପାଇଁ ଏକ ଲିଙ୍କକୁ କ୍ଲିକ କରିବାକୁ ପଡିବ । ରାମଚନ୍ଦ୍ର  ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେ କୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ । ଚାହୁଁ ଚାହୁଁ ଏହି ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଆଉ ଫୋନ ହ୍ୟାଙ୍ଗ ହୋଇଗଲା । ତାପରେ ରାମଚନ୍ଦ୍ର ଜାଣିପାରିଥିଲେ ତାଙ୍କ ସହିତ ଠକେଇ ହୋଇଛି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।