କନକ ବ୍ୟୁରୋ: ଆରଟିଓ ଅଫିସ ସାମ୍ନାନାରେ ଖୁଲମାଖୁଲା ଚାଲିଥିଲା ଦାଲାଲି । ଆଉ ଏତିକିବେଳେ ସାଦା ପୋଷାକରେ ଅଚାନକ ଚଢାଉ କଲେ ଏସପି । ନୟାଗଡ ପିଟିଏସ ରୋଡରେ ଥିବା ଆରଟିଓ ଅଫିସ ସମ୍ମୁଖରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି । ଆରଟିଓ ଅଫିସ ବାହାରେ ଦଲାଲି ଚାଲିଥିବା ନେଇ ଏସପି ଖବର ପାଇବା ପରେ ହଠାତ ଚଢାଉ କରିଥିଲେ । ଏହା ପରେ ସଂପୃକ୍ତ ଦଲାଲ ମୁରଲୀ ରାଉତକୁ ପୁଲିସ ଗିରଫ କରିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲାକି, ଦଲାଲ ମୁରଲୀ ରାଉତଙ୍କ ବାଇକ ଡିକି ଓ ପର୍ସ ଯାଂଚ ପରେ ସେଥିରୁ ବିଡା ବିଡା ଟଙ୍କା ଓ ଆରଟିଓ ସଂପର୍କିତ କାଗଜପତ୍ର ବାହାରିଥିଲା । ୫୦ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଦଲାଲ ମୁରଲୀଧରକୁ ପୁଲିସ ପଚରାଉଚରା କରୁଛି । ତେବେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାପରେ ଗାଡ଼ି କାଗଜ ପତ୍ରଠୁ ଆରମ୍ଭ କରି ନୂଆ ଗାଡ଼ି ଚାଳକମାନେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି । ଆଉ ଆରଟିଓ ସମ୍ପର୍କିତ ସମସ୍ତ ସୁବିଧା କିଭଳି ବିନା ଦଲାଲଙ୍କ ମାଧ୍ୟମରେ ଗାଡ଼ି ଚାଳକ ପାଇପାରିବେ ସେନେଇ ସଜାଗ କରାଇଥିଲେ ସରକାର । ହେଲେ ଆଜିର ଘଟଣା ସରକାରଙ୍କ ନିର୍ଦ୍ଦେଶକୁ ଖୁଲମଖୁଲା ବାଏଁ ବାଏଁ ଉଡ଼ାଇ ଦେଉଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/RTO-1.jpg)