ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ।

225

କନକ ବ୍ୟୁରୋ: ଖୋଲୁଛି କିଡନୀ ନାଁରେ ଦଲାଲଗିରି କରୁଥିବା ଠକର କାରନାମା । ଦଲାଲ ହିମାଂଶୁର ଗିରଫଦାରି ପରେ ଆସିଛି ମାଳମାଳ ଅଭିଯୋଗ । ଜଣେ ବ୍ୟକ୍ତିଙ୍କଠାରୁ କିଡନ ଦେବା ନାଁରେ ସାଢେ ୧୮ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଖୋଜୁଛି ରାକେଟ ପଛରେ କିଏ ।

ନା ହିମାଂଶୁ ନନ୍ଦ । ବୟସ ୨୫ । ଘର କେନ୍ଦ୍ରାପଡା ଜିଲ୍ଲାର ଖଣ୍ଡପଡା । ଦେଖିବାକୁ ବେଶ ଭୋଲାଭାଲା ଆଉ ସାଦାସିଧା ଦେଖାଯାଉଥିବା ଏହି ଠକର କାହାଣୀ ଶୁଣିଲେ ଆପାଣ ତାଜୁବ ହୋଇଯିବେ । ଯେତେବେଳେ କୌଣସି ଲୋକ କିଡନୀ ରୋଗରେ ପୀଡିତ ହେବା ପରେ ତା ପରିବାର ଅସହାୟ ହୋଇପଡେ, ସେ ସମୟରେ ଏହାର ଫାଇଦା ଉଠାଇଥାଏ ଏହି ଠକ ଧୁରନ୍ଦର ।

ଅଶୋକ ନାୟକଙ୍କୁ କିଡନୀ ପ୍ରତିରୋପଣ କରିବ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କର ଏକ ଘରୋଇ ହସପିଟାଲରେ ଡାଏଲିସିସ ଚାଲିଥିବାବେଳେ ତାଙ୍କୁ ଟାର୍ଗେଟ ବନାଇଥିଲା ଏହି ଠକ । ହେଲେ ଏହା ପଛରେ ଏକ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଅଶୋକ । କିଡନୀ ପ୍ରତିରୋପଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ଡୋନର , ଡାକ୍ତର , ଘରୋଇ ହସପିଟାଲ ସମେତ ୫ରୁ ଅଧିକ ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ ଅଶୋକ । ଅଶୋକ ନାୟକ, ଠକେଇର ଶିକାର ହୋଇଥିବା ବ୍ୟକ୍ତି ।